ଗୁଇନ୍ଦା ଚିଠି: ସିଇଓଙ୍କୁ ଟାର୍ଗେଟ କଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଗୁଇନ୍ଦା ଚିଠି: ସିଇଓଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଇନ୍ଦା ଚିଠିକୁ ନେଇ ବିବାଦ ଥମିବାର ନାଁ ଧରୁନି। ଆଜି ବିଜେଡି ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହି ପ୍ରସଙ୍ଗରେ ଆମର ଅଭିଯୋଗର ୪୮ ଘଣ୍ଟା ପରେ ମଧ୍ୟ CEO ପଦକ୍ଷେପ ନେଇନାହାନ୍ତି। ବିଜେପି ନା କେନ୍ଦ୍ର ସରକାର,କାହା ଚାପରେ ସେ ପଦକ୍ଷେପ ନେଉନାହାନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ?

ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଦଳ କହିଛି।

ସେପଟେ ବିଜେଡିର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଗୁଇନ୍ଦା ଚିଠି ପ୍ରସଙ୍ଗରେ ଓକିଲଙ୍କ ମାଧ୍ୟମରେ ସେ ଲିଗାଲ ଡକ୍ୟୁମେଣ୍ଟ ପଠାଇଛନ୍ତି ବୋଲି କହିଛନ୍ତି। ପୁଲିସ ତଦନ୍ତ କରିବ, କିନ୍ତୁ ପକ୍ଷପାତିତା କରିବା ଭଳି ଲାଗୁଛି ବୋଲି ସମୀର କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ପ୍ରେସମିଟ୍‌ କରିଥିଲା। କିନ୍ତୁ ପୁଲିସ ସେମାନଙ୍କୁ ନୋଟିସ୍ କରୁନି, ତାଙ୍କୁ ମଧ୍ୟ ପଚାରିବା ଦରକାର ବୋଲି ସମୀର କହିଛନ୍ତି।



from Odisha Reporter https://ift.tt/2JrfWLG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages