
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ଥିଲା। ବୌଦ୍ଧ ଜିଲ୍ଲାର କଂଟାମାଳ ଏବଂ ବୌଦ୍ଧ ବିଧାନସଭା ଆସନ ପାଇଁ ପ୍ରାର୍ଥିମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଜେପି ପକ୍ଷରୁ ବୌଦ୍ଧ ବିଧାନସଭା ଆସନ ପାଇଁ ବିଜେପିର ବରିଷ୍ଠ ନେତା ସୁଶାନ୍ତ ପ୍ରଧାନ ତାଙ୍କର ହଜାର ହଜାର ଦଳୀୟ କର୍ମୀଙ୍କ ଗହଣରେ ସ୍ଥାନୀୟ ରାମେଶ୍ୱର ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବୌଦ୍ଧ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ।
ସେଠାରେ ନିଜର ସମର୍ଥକଙ୍କ ଉପସ୍ଥିତିରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପି ପକ୍ଷରୁ କଂଟାମାଳ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥିଭାବେ କହ୍ନେଇ ଚରଣ ଡାଙ୍ଗ ନିଜ ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ଅନ୍ୟପଟେ କଂଟାମାଳ ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥି ହେବା ପାଇଁ ପ୍ରମୁଖ ଦାବିଦାର ଥିବା ଶେଷ କୁମାର ମେହେର ଟିକେଟ ନ ପାଇବାରୁ ଆଜି ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ପକ୍ଷରୁ କେଦାର ସାହୁ ,ଏନ୍ସିପି ଦଳ ପକ୍ଷରୁ କୃତ୍ତିବାସ ପଲିଆଙ୍କ ସହ ୯ ଜଣ ପ୍ରାର୍ଥି ନାମାଙ୍କନ ଦାଖଲ କରିଛନ୍ତି।
from Odisha Reporter https://ift.tt/2utp8ES
No comments:
Post a Comment