ଲକ୍ଷ୍ମଣ ଓ ରାୟୁଡୁ, ଦୁଇ ହାଇଦ୍ରାବାଦୀଙ୍କ ଗୋଟିଏ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଲକ୍ଷ୍ମଣ ଓ ରାୟୁଡୁ, ଦୁଇ ହାଇଦ୍ରାବାଦୀଙ୍କ ଗୋଟିଏ କାହାଣୀ

ନୂଆଦିଲ୍ଲୀ: ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପ୍ ପାଇଁ ଭାରତୀୟ ଚୟନକମିଟି ଓ ଟିମ୍ ମ୍ୟାନେଜମେଣ୍ଟ ବ୍ୟାଟିଂ ଲାଇନଅପରେ ସବୁଠାରୁ ମଜଭୁତ୍ ଚତୁର୍ଥ ସ୍ଥାନ ପାଇଁ ଦାବିବାର ଅମ୍ବାତି ରାୟୁଡୁଙ୍କୁ ଚୟନ କରାଯାଇନାହିଁ। ରାୟୁଡୁଙ୍କ ଚୟନ ନେଇ କିଛି କ୍ରିକେଟର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାୟୁଡୁଙ୍କର ଯେମିତି ବିଶ୍ୱକପ୍ ଟିକେଟ୍ କଟିଲା, ଠିକ୍ ସେହିପରି ୧୬ ବର୍ଷ ପୂର୍ବେ ଭିଭିଏସ୍ ଲକ୍ଷ୍ମଣଙ୍କ ସହ ଏମିତି ଘଟଣା ଘଟିଥିଲା। ତୃତୀୟ ସ୍ଥାନ ବ୍ୟାଟ୍ସମ୍ୟାନ୍ ଭାବେ ୨୦୦୩ ବିଶ୍ୱକପରେ ଲକ୍ଷ୍ମଣଙ୍କ ସ୍ଥାନ ପକ୍କା ଲାଗୁଥିଲା। କିନ୍ତୁ ଟିମ୍ ଚୟନର କିଛି ମାସ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡରେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ବିଶ୍ୱକପରେ ସ୍ଥାନ ମିଳିଲା ନାହିଁ।

ରାୟୁଡୁ ନିଜ କ୍ୟାରିୟର ଆରମ୍ଭରୁ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଆସୁଛନ୍ତି। ଗତବର୍ଷ ଅକ୍ଟୋବରରେ ତାଙ୍କୁ ନିୟମିତ ଭାବେ ଚତୁର୍ଥ ସ୍ଥାନରେ ଖେଳିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚର ବିଫଳତା ପରେ ତାଙ୍କୁ ବାହାର କରିଦିଆ ଯାଇଥିଲା। ଏବେ ଲାଗୁଛି ଯେ, ହାଇଦ୍ରାବାଦର ପୂର୍ବତନ ଖେଳାଳି ଲକ୍ଷ୍ମଣଙ୍କ ଭଳି ୩୩ ବର୍ଷୀୟ ରାୟୁଡୁଙ୍କର ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଆଉ କେବେ ପୂରଣ ହେବନି।

ଚୟନକର୍ତ୍ତା ୨୦୦୩ ବିଶ୍ୱକପରେ ଲକ୍ଷ୍ମଣଙ୍କ ସ୍ଥାନରେ ଦିନେଶ ମୋଙ୍ଗିଆକୁ ସାମିଲ୍ କରିଥିଲା। ମୋଙ୍ଗିଆଙ୍କ ଚୟନ ଥ୍ରୀ ଡାଇମେନସନ୍ (ତିନି ବିଭାଗ) ଭାବେ ହୋଇଥିଲା, ଯିଏ ଉଭୟ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଯୋଗଦାନ କରିପାରୁଥିବ। ଏହା ତୁଳନାରେ ଲକ୍ଷ୍ମଣ କେବଳ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଥିଲେ।

ରାୟୁଡୁଙ୍କ ସ୍ଥାନରେ ସୁଯୋଗ ପାଇଥିବା ବିଜୟ ଶଙ୍କର ଚଳିତ ବର୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ସେ ଏପର୍ଯ୍ୟନ୍ତ ମାତ୍ର ୯ ମ୍ୟାଚ୍ ଖେଳିଛନ୍ତି। ବିଶ୍ୱକପରେ ଶଙ୍କରଙ୍କ ଚୟନ ଠିକ୍ ମୋଙ୍ଗିଆଙ୍କ ଭଳି ହୋଇଛି। ଶଙ୍କର ଜଣେ ସ୍ପେଶାଲିଷ୍ଟ ଅଲରାଉଣ୍ଡର, ଯିଏ ବ୍ୟାଟିଂ ଓ ବୋଲିଂ ବ୍ୟତୀତ ଫିଲ୍ଡିଂରେ ଭାରତ ପାଇଁ ଉପଯୋଗୀ ହୋଇପାରନ୍ତି। ଏହି ଦୃଷ୍ଟିରୁ ରାୟୁଡୁ କେବଳ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍।

ଚଳିତ ବିଶ୍ୱକପ୍ ପାଇଁ ଘୋଷିତ ଦଳକୁ ନେଇ ଲକ୍ଷ୍ମଣ କହିଛନ୍ତି, ଏହା ଏକ ସନ୍ତୁଳିତ ଦଳ। ଏହି ଟିମ୍ ଭାରତକୁ ବିଶ୍ୱକପ୍ ଦେଇପାରିବ।’ ତେବେ ଲକ୍ଷ୍ମଣ ନିଜର ବିଶ୍ୱକପ୍ ଟିମରେ ରାୟୁଡୁଙ୍କ ସ୍ଥାନ ଦେଇଥିଲେ। କିନ୍ତୁ କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କାରଣରୁ ରାୟୁଡୁଙ୍କୁ ବାଦ୍ ଦେବା ନେଇ ଲକ୍ଷ୍ମଣ ନିରାଶ ହୋଇଛନ୍ତି।

ଲକ୍ଷ୍ମଣ କହିଛନ୍ତି, ୨୦୦୩ ବିଶ୍ୱକପ୍ ଟିମରୁ ବାଦ୍ ଦିଆଯିବା ମୋତେ ବହୁତ ବାଧିଥିଲା। ମୁଁ ବିଶ୍ୱକପ୍ ପାଇଁ କଠିନ ପରିଶ୍ରମ କରିଥିଲି। ଗତବର୍ଷ (୨୦୦୨)ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ମୁଁ ସର୍ବାଧିକ (୩୧୨) ରନ୍ କରିଥିଲି। ଏହା ପରେ ଟିମରୁ ଅଚାନକ୍ ବାଦ୍ ଦେବା ମୋ ପାଇଁ ଶକ୍ତ ଝଟକା ଥିଲା। ଏହା ମୋ କ୍ୟାରିୟରର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ଥିଲା ବୋଲି ଲକ୍ଷ୍ମଣ କହିଛନ୍ତି।

ରାୟୁଡୁ ମଧ୍ୟ ବିଶ୍ୱକପରେ ସ୍ଥାନ ନପାଇବାରୁ ନିରାଶ ବ୍ୟକ୍ତ କରିଛନ୍ତି ଏବଂ ସେ ଚୟନକର୍ତ୍ତାଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ ଜରିଆରେ ଚୟନକର୍ତ୍ତାଙ୍କୁ ଆକ୍ଷେପ କରି କରିଥିଲେ, ବିଶ୍ୱକପ୍ ଦେଖିବା ପାଇଁ ଥ୍ରୀ ଡାଇମେନସନ୍ (ଥ୍ରୀଡି) ଚଷମାର ଅର୍ଡର କରିଛି। ରାୟୁଡୁଙ୍କ ଏହି ମଜାକିଆ ଟ୍ୱିଟକୁ ଭାରତର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ସମର୍ଥନ କରିଥିଲେ। ଓଝା କହିଛନ୍ତି, “ହାଇଦ୍ରାବାଦ କ୍ରିକେଟରଙ୍କ ସହ ସର୍ବଦା ଏଭଳି ବ୍ୟବହାର ନୈରାଶ୍ୟଜନକ।’

ସୂଚନାଯୋଗ୍ୟ, ୨୦୦୨-୦୩ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ତିନୋଟି ଦିନିକିଆ ମ୍ୟାଚରେ ଲକ୍ଷ୍ମଣ ଯଥାକ୍ରମେ ୯, ୨୦ ଓ ୧୦ ରନ୍ କରିଥିଲେ। ଏହା ପରେ ତାଙ୍କ ସ୍ଥାନରେ ମୋଙ୍ଗିଆ ସୁଯୋଗ ପାଇଥିଲେ, ଯିଏ ଯଥାକ୍ରମେ ୧୨, ୨ ଓ ଶୂନ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ଏହାସତ୍ତେ୍ୱ ମୋଙ୍ଗିଆକୁ ବିଶ୍ୱକପ୍ ଟିମରେ ଚୟନ କରାଯାଇଥିଲା, ଯିଏ ୧୧ଟି ମ୍ୟାଚରେ ୬ ଇନିଂସରେ ମାତ୍ର ୧୨୦ ରନ୍ କରିଥିଲେ। ସେ ବିଶ୍ୱକପରେ ୫ ୱିକେଟ୍ ନେଇଥିଲେ। ଏହା ପରେ ସେ ବେଶୀ ଦିନ ପର୍ଯ୍ୟନ୍ତ ଟିମର ନିୟମିତ ସଦସ୍ୟ ହୋଇ ରହିନଥିଲେ। କିନ୍ତୁ ଲକ୍ଷ୍ମଣ ହାର୍ ନମାନି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୦୨ ରନର ଶତକୀୟ ଇନିଂସ୍ ଖେଳିଥିଲେ।

ରାୟୁଡୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚରେ ୯୦ ରନ୍ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ମ୍ୟାଚରେ ସେ ୩୩ ରନ୍ କରିଥିଲେ ଏବଂ ଏହି ତିନି ମ୍ୟାଚ୍ ହିଁ ତାଙ୍କର ବିଶ୍ୱକପ୍ ଖେଳିବା ଆଶାକୁ ଧୂଳିସାତ୍ କରିଦେଇଥିଲା।



from Odisha Reporter http://bit.ly/2IKDfOP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages