ଆଠଗଡ କ’ଣ ପାକିସ୍ତାନରେ ? ମୋଦି ହାୱା ପ୍ରଭାବ ପକାଇବନି କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଆଠଗଡ କ’ଣ ପାକିସ୍ତାନରେ ? ମୋଦି ହାୱା ପ୍ରଭାବ ପକାଇବନି କାହିଁକି

କଟକ (ନୀଳକଣ୍ଠ ଦୋରା): କଟକ ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟରେ ହେବ ମତଦାନ। ମଇଦାନରେ ତିନି ହେବି ୱେଟ ପ୍ରାର୍ଥୀ। ଜଣେ ପୁରୁଣା ସାଂସଦ ଅର୍ଥାତ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ୨୧ ବର୍ଷ ଧରି ମହତାବ କଟକ ଲୋକସଭା ଆସନକୁ ନିଜ ଅକ୍ତିଆରରେ ରଖି ଆସିଛନ୍ତି। ଆଉଜଣେ ଚିହ୍ନା ମୁହଁ। ରାଜନୀତିରେ ନୂଆ ହେଲେ ବି ଲୋକ ତାଙ୍କୁ ଚିହ୍ନିଛନ୍ତି ଟିଭି, ଖବରକାଗଜରେ ଦେଖି। ସେ ହେଉଛନ୍ତି ବିଜେପିର ପ୍ରକାଶ ମିଶ୍ର। ଆଉ ଜଣେ ଓଡ଼ିଶା ରାଜନୀତିର ଜଣେ ପୁରୁଖା ନେତା। କଂଗ୍ରେସର ପ୍ରାର୍ଥୀ ପଞ୍ଚାନନ କାନୁନ୍‌ଗୋ। ଜୋରଦାର ଲଢେଇ ପାଇଁ ଚାଲିଛି ପ୍ରସ୍ତୁତି। ଯିଏ ଯାହାର ସମ୍ବଳକୁ ନେଇ ଜିତିବା ପାଇଁ ଆଶା ବାନ୍ଧିଛନ୍ତି। ଆସନ୍ତୁ ଜାଣିବା କ’ଣ ଆଶା ରଖିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ର ରାୟ।
ପ୍ରଶ୍ନ: କଟକ ଲୋକସଭା ଆସନରୁ ଜିତିବା ପାଇଁ କେତେ ଆଶାବାଦୀ ?
ପ୍ରକାଶ ମିଶ୍ରଙ୍କ ଉତ୍ତର: ଏଥର ନିର୍ବାଚନରେ ଜିତିବା ପାଇଁ ଆମେ ବହୁତ ଆଶାବାଦୀ। ଆଜି ଜନସମାବେଶରେ ଯେପରି ବିପୁଳ ସମର୍ଥନ ମିଳିଛି, ସେଥିରୁ ଆମେ ଆମର ସଫଳତାକୁ ଅନୁମାନ କରିପାରିଛୁ ।
ପ୍ରଶ୍ନ: ଦୀର୍ଘ ଦିନ ଧରି ଆଠଗଡ଼ା ବିଧାନସଭା ବିଜେଡି ହାତରେ ରହି ଆସିଛି। ଏଠୁ ଜିତିବା ବିଜେପି ପାଇଁ କେତେ ସହଜ ହେବ ?
ପ୍ରକାଶଙ୍କ ଉତ୍ତର: ଚାରିଆଡେ ପରିବର୍ତ୍ତନର ବାତାବରଣ ଦେଖାଗଲାଣି। ଆଠଗଡରେ ଏହି ପରିବର୍ତ୍ତନର ଆଭାସ ବହୁତ ବେଶି ଦେଖାଦେଇଛି।  ବିଜେଡିର ଦୀର୍ଘ ଶାସନରେ ଲୋକେ ଅତିଷ୍ଠ ହେଲେଣି। ତେଣୁ ସେମାନେ ମୁକ୍ତି ଚାହୁଁଛନ୍ତି।
ପ୍ରଶ୍ନ: ସାସଂଦ ପ୍ରାର୍ଥୀ ଭବେ ଲୋକେ ଆପଣଙ୍କୁ କେମିତି ଗ୍ରହଣ କରୁଛନ୍ତି ?
ପ୍ରକାଶଙ୍କ ଉତ୍ତର: ବହୁତ ଭଲ ଭାବେ ଲୋକେ ମତେ ଜାଣିଗଲେଣି। ରାଜ୍ୟରେ ଭଲ ଶାସକ ସହ ଦେଶରେ ଭଲ ଶାସକ ଆସନ୍ତୁ ବୋଲି ସଚେତନ ଆଡଗଡ଼ବାସୀ ଚାହୁଁଛନ୍ତି। ତେଣୁ ସମସ୍ତେ ମୋଦି ସରକାରଙ୍କ ଉପରେ ଭରସା କରୁଛନ୍ତି।
ପ୍ରଶ୍ନ: ମୋଦି ହାୱା ଆଠଗଡରେ ପ୍ରଭାବ ପକାଇବ କି ?
ପ୍ରକାଶଙ୍କ ଉତ୍ତର: ନିଶ୍ଚୟ ପକାଇବ। ଯଦି ସବୁଆଡେ ପକାଉଛି, ଆଠଗଡରେ କାହିଁକି ପକାଇବନି ? ଆଠଗଡ କ’ଣ ପାକିସ୍ତାନରେ କି ?
ପ୍ରଶ୍ନ: ଆଜିର ବିଶାଳ ମୋଟର ସାଇକେଲ ରାଲି ବିଜୟର ସୂଚନା ଦେଉଛି କି?
ବ୍ରଜେନ୍ଦ୍ରଙ୍କ ଉତ୍ତର: ନିଶ୍ଚୟ। ସ୍ୱତଃପ୍ରବୃତ ଭାବେ ଜନତା, କର୍ମୀ ଯେପରି ଏହି ରାଲିରେ ଯୋଗ ଦେଇଥିଲେ, ସେଥିରୁ ବିଜୟ ସୂଚନା ସ୍ପଷ୍ଟ ଜାଣି ହେଉଛି।
ପ୍ରଶ୍ନ: ବିଜେଡିର ଦବ୍‌ଦବାକୁ ସାମ୍ନା କରିପାରିବେ ?
ବ୍ରଜେନ୍ଦ୍ରଙ୍କ ଉତ୍ତର: ନିଶ୍ଚୟ । ବିଜେଡି ପ୍ରାର୍ଥୀ ପୂର୍ବରୁ ଯାହା ଭାବୁଥିଲେ ଯେନତେନ ପ୍ରକାରେ ମୁଁ ସବୁ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ହଟାଇବି ତାହା ଆଉ ଚଳିବ ନାହିଁ। ଆଠଗଡ଼ ବାସୀ ଚାହୁଁଛନ୍ତି ‘ଏଥର ଆମେ ନିଶ୍ଚୟ ପରିବର୍ତ୍ତନ ଆଣିବୁ।’
ପ୍ରଶ୍ନ: ଏଥର ନିର୍ବାଚନୀ ମୁଦ୍ଦା କଣ ରହିବ ?
ବ୍ରଜେନ୍ଦ୍ରଙ୍କ ଉତ୍ତର: ଦୁର୍ନୀତି ଦୂର କରିବା। ଚାଷୀଙ୍କ ଗଡ ଆଠଗଡ। ହେଲେ ଲୋକେ ଏଠି ଚାଷ ଭୁଲି ଗଲେଣି। ଶୀତଳଭଣ୍ଡାର ବନ୍ଦ ହୋଇଗଲାଣି। ତେଣୁ ଦୁର୍ନୀତି ହଟେଇ ଚାଷୀଙ୍କ ସମସ୍ୟା ଦୂର କରିବା ମୋର ମୁଖ୍ୟ ଲକ୍ଷ୍ୟ ହେବ।



from Odisha Reporter http://bit.ly/2PewK7U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages