
ଆମେଠି: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଆମେଠି ଲୋକସଭା କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନ ନୋଟିସ ପଠାଇଛନ୍ତି। ଆମେଠିରେ କଂଗ୍ରେସର ‘ନ୍ୟାୟ’ ଯୋଜନାର ପୋଷ୍ଟର ଏବଂ ବ୍ୟାନର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଯାହାକି ନିର୍ବାଚନ କମିଶନଙ୍କ ଦ୍ବାରା ଅନୁମୋଦନ ହୋଇନଥିଲା। ଏହାପରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଦର୍ଶାଇ ନିର୍ବାଚନ କମିଶନ ରାହୁଲ ଗାନ୍ଧିଙ୍କୁ ନୋଟିସ ପଠାଇଛନ୍ତି।
ଏଥିସହ କଂଗ୍ରେସ ଦ୍ବାରା ଛପା ହୋଇଥିବା ପୋଷ୍ଟର ବ୍ୟାନରର ପ୍ରିଣ୍ଟିଂ ପ୍ରେସ ବାବଦରେ ଭୁଲ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ୨୪ ଘଣ୍ଚା ମଧ୍ୟରେ ରାହୁଲଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
from Odisha Reporter http://bit.ly/2DpVZiV
No comments:
Post a Comment