
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଗ୍ୟାଙ୍ଗଷ୍ଟାର ଟିଟୋଙ୍କୁ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି।କଡ଼ା ସୁରକ୍ଷା ମଧ୍ୟରେ ଟିଟୋକୁ ଝାରପଡ଼ା ଜେଲକୁ ଅଣାଯାଇଛି।
ଟିଟୋ କେନ୍ଦ୍ରାପଡ଼ା ଜେଲରେ ଥିଲେ। କେଉଁ କାରଣ ପାଇଁ ଟିଟୋଙ୍କୁ ସ୍ଥାନାନ୍ତର କରାଯାଇଛି, କିଛି ସ୍ପଷ୍ଟ ହୋଇନାହିଁ।
ଏକାଧିକ ଅପରାଧିକ ମାମଲାରେ ଟିଟୋକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍।
କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ୍ ଉସ୍ମାନ ଅଲିଙ୍କୁ ଚଣ୍ଡିଖୋଲ ନିକଟରେ ଏନ୍କାଉଣ୍ଟର କରିଥିଲା। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
from Odisha Reporter http://bit.ly/2VTBLW7
No comments:
Post a Comment