ଏପ୍ରିଲ-୨, ୨୦୧୧: ଧୋନି ଛକାରେ ଭାରତ ହୋଇଥିଲା ବିଶ୍ୱ ବିଜେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଏପ୍ରିଲ-୨, ୨୦୧୧: ଧୋନି ଛକାରେ ଭାରତ ହୋଇଥିଲା ବିଶ୍ୱ ବିଜେତା

ନୂଆଦିଲ୍ଲୀ: ୮ ବର୍ଷ ପୂର୍ବେ ଆଜିର ଦିନ (ଏପ୍ରିଲ ୨, ୨୦୧୧)ରେ ଭାରତୀୟ କ୍ରିକେଟରେ ପଡ଼ିଥିବା ଖାଲି ସ୍ଥାନ ପୂରଣ ହୋଇଥିଲା। ୨୦୧୧ରେ ୨, ଏପ୍ରିଲରେ ଭାରତ ଶ୍ରୀଲଙ୍କାକୁ ହରାଇ ଦ୍ୱିତୀୟଥର ପାଇଁ କ୍ରିକେଟ ବିଶ୍ୱକପକୁ ନିଜ ନାମରେ କରିଥିଲା।

ଭାରତୀୟ କ୍ରିକେଟ ଟିମର ଏହି ଅବିସ୍ମରଣୀୟ ବିଜୟର ମୁକସାକ୍ଷୀ ବନିଥିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ଏବଂ ସେଠାରେ ଉପସ୍ଥିତ ସବୁ ଦର୍ଶକ। ଫାଇନାଲ ମ୍ୟାଚରେ ଜାହିର ଖାନ୍, ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂହ ଧୋନି ଭାରତ ପାଇଁ ହିରୋ ସାଜିଥିଲେ। ଜାହିର ବୋଲିଂରେ ଦମ ଦେଖାଇଥିବା ବେଳେ ଧୋନି ଓ ଗମ୍ଭୀର ବ୍ୟାଟିଂ ଦ୍ୱାରା ଫାଇନାଲରେ ଭାରତର ବିଜୟ ପକ୍କା କରିଥିଲେ।

ପୂରା ସିରିଜର ହିରୋ ଥିଲେ ଯୁବରାଜ ସିଂହ। । ଯୁବି ୧୫ ମ୍ୟାଚରେ ୩୬୨ ରନ୍ ଓ ୧୫ ୱିକେଟ ନେଇ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ବିରାଟ କୋହଲି ମଧ୍ୟ ବିଶ୍ୱକପରେ ପ୍ରଥମ ଶତକ ମାରିଥିଲେ। ତେବେ ଫାଇନାଲ ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ଧୋନିଙ୍କ ବିଜୟୀ ଛକା, ଯାହାକୁ ହୁଏତ କ୍ରିକେଟପ୍ରେମୀ କେବେବି ଭୁଲିପାରିବେ ନାହିଁ। ଭାରତକୁ ବିଜୟ ପାଇଁ ୧୧ ବଲରେ ୪ ରନ୍ ଆବଶ୍ୟକ ହେଉଥିଲା ଏବଂ ଏହି ସମୟରେ ଧୋନି ଛକା ମାରି ଟ୍ରଫିକୁ ଭାରତ ନାମରେ କରିଥିଲେ।

ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କା ୨୭୪ ରନ୍ କରିଥିଲା। ଏଥିରେ ମାହେଲା ଜୟବର୍ଦ୍ଧନେଙ୍କ ଶତକୀୟ (୧୦୩) ଇନିଂସ୍ ସାମିଲ ଥିଲା। ଜବାବରେ ଭାରତର ଶୁଭାରମ୍ଭ ଭଲ ରହିନଥିଲା ଏବଂ ଘରୋଇ ଟିମ ୩୧ ରନରେ ୨ ୱିକେଟ ହରାଇ ବସିଥିଲା। ବୀରେନ୍ଦ୍ର ସେହ୍ୱାଗ ଓ ସଚିନ ତେନ୍ଦୁଲକର ପ୍ୟାଭିଲିୟନ୍ ଫେରିସାରିଥିଲେ। ଗମ୍ଭୀର ଓ କୋହଲି ତୃତୀୟ ୱିକେଟ ପାଇଁ ୮୩ ରନର ପାର୍ଟନରଶିପ୍ କରିଥିଲେ। ଏହା ପରେ ୨୨ତମ ଓଭରରେ କୋହଲି ମଧ୍ୟ ଆଉଟ ହୋଇଯାଇଥିଲେ।

ଏହା ପରେ ଚତୁର୍ଥ ୱିକେଟ ପାଇଁ ଧୋନି ଗମ୍ଭୀରଙ୍କ ସହ ମିଶି ୧୦୯ ରନର ଶତକୀୟ ଭାଗୀଦାରୀ କରିଥିଲେ। ଗମ୍ଭୀର ୯୭ ରନ୍ କରି ଆଉଟ ହୋଇଥିଲେ। ଏହା ପରେ ଧୋନି ଯୁବରାଜଙ୍କ ସହ ମିଶି ନିଜ ଉପରକୁ ସବୁ ଦାୟିତ୍ୱ ନେଇଥିଲେ। ଦୁହେଁ ଅପରାଜିତ ୫୩ ରନର ପାର୍ଟନରଶିପ୍ କରି ଭାରତକୁ ବିଶ୍ୱବିଜେତା କରାଇଥିଲେ। ଯୁବି ୨୪ ବଲରେ ୨୧ ରନ୍ ଓ ଧୋନି ୭୯ ବଲରେ ୮ ଚୌକା ଓ ୨ ଛକା ବଳରେ ୯୧ ରନ୍ କରି ଅପରାଜିତ ରହିଥିଲେ।

ଭାରତୀୟ ଟିମ୍ ୨୮ ବର୍ଷ ପରେ ଦିନିକିଆରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା ଏବଂ ଏହି ବିଜୟରେ ପ୍ରଶଂସକ ଖୁସିରେ ପାଗଳ ହୋଇଯାଇଥିଲେ। ସଚିନ ତେନ୍ଦୁଲକରଙ୍କ ବିଶ୍ୱ ବିଜେତା ହେବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଥିଲା।

ଟିମର ସବୁ ସଦସ୍ୟ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ କାନ୍ଧରେ ବସାଇ ପୂରା ଷ୍ଟାଡିୟମ ବୁଲାଇଥିଲେ। କ୍ରିକେଟ ଟିମ୍ ସହ ଖେଳପ୍ରେମୀଙ୍କ ଆଖିରେ ମଧ୍ୟ ସେହିଦିନ ଖୁସିର ଲୁହ ଦେଖିବାକୁ ମିଳିଥିଲା। ସଚିନଙ୍କୁ ସମ୍ମାନ ଜଣାଇ ଯେତେବେଳେ ଟିମ୍ ତାଙ୍କୁ କାନ୍ଧରେ ବସାଇ ପୂରା ଷ୍ଟାଡିୟମ ପରିକ୍ରମା କରିଥିଲା, ତାହା ସବୁଠାରୁ ରୋମାଞ୍ଚକର ମୁହୂର୍ତ୍ତ ଥିଲା।

ଦେଖନ୍ତୁ ଏହି ମୁହୂର୍ତ୍ତର ଭିଡିଓ



from Odisha Reporter https://ift.tt/2I68B1J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages