ରାଜ୍ୟପାଳ କଲ୍ୟାଣ ସିଂହଙ୍କ ଅଡ଼ୁଆ ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ରାଜ୍ୟପାଳ କଲ୍ୟାଣ ସିଂହଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନରେ ପୁଣିଥରେ ଜିତାଇବା ଦରକାର ବୋଲି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ଦେଇଥିବା ମନ୍ତବ୍ୟ, ତାଙ୍କୁ ଅଡ଼ୁଆ ସୂତାରେ ଛନ୍ଦି ଦେଇଛି। ଭାରତୀୟ ନିର୍ବାଚନ କମିଶନ ଶ୍ରୀ ସିଂହଙ୍କ ଏଭଳି ମନ୍ତବ୍ୟର ତର୍ଜମା କରିଥିଲେ। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ଏଥିସହ କମିଶନଙ୍କ ପକ୍ଷରୁ ରାଜ୍ୟପାଳ ଶ୍ରୀ ସିଂହଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖାଯିବ ବୋଲି କୁହାଯାଇଛି।

ରାଜସ୍ଥାନରେ ୨୦୧୪ରୁ ରାଜ୍ୟପାଳ ଥିବା ଶ୍ରୀ ସିଂହ ଗତ ମାସରେ କହିଥିଲେ, “ଆମେ ସବୁ ବିଜେପି କର୍ମୀ। ଆମେ ମିଳିତ ଭାବେ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ କାର୍ଯ୍ୟ କରିବା ଦରକାର। ଦେଶର ସ୍ୱାର୍ଥ ଏବଂ ସମାଜର ଉନ୍ନତି ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ଦରକାର।”

ତେବେ ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦରେ ରହି ଶ୍ରୀ ସିଂହ ଏଭଳି ମନ୍ତବ୍ୟ ଦେବା ଘଟଣାକୁ ବିରୋଧୀ ସହଜରେ ଗ୍ରହଣ କରିପାରି ନଥିଲେ। ତେଣୁ ସେମାନେ ଶ୍ରୀ ସିଂହ ନିଜ ସାମ୍ବିଧାନିକ ପଦର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏହାପରେ ନିର୍ବାଚନ କମିଶନ ଉତ୍ତର ପ୍ରଦେଶ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦେବାକୁ କହିଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିବିଶେଷମାନେ ଦଳୀୟ ପ୍ରଚାର କରିପାରିବେ ନାହିଁ ବୋଲି ମଧ୍ୟ ତାଗିଦ କରାଯାଇ ଥିଲା। ଏହା ସତ୍ତ୍ୱେ ଶ୍ରୀ ସିଂହ ସବୁ ସୀମା ଉଲ୍ଲଙ୍ଘନ କରି ବୟାନ ଦେଇଥିଲେ।



from Odisha Reporter https://ift.tt/2uG7A8J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages