ଏପ୍ରିଲ ୨୩ ପରେ ଆଇପିଏଲ୍‌ ଛାଡ଼ିବେ ବେୟାରଷ୍ଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଏପ୍ରିଲ ୨୩ ପରେ ଆଇପିଏଲ୍‌ ଛାଡ଼ିବେ ବେୟାରଷ୍ଟୋ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ଶକ୍ତ ଝଟ୍‌କା ଲାଗିବାକୁ ଯାଉଛି। ଦଳର ଓପନର ତଥା ନିର୍ଭରଯୋଗ୍ୟ ବ୍ୟାଟସ୍‌ମ୍ୟାନ୍‌ ଜନ୍ନି ବେୟାରଷ୍ଟୋ ଆସନ୍ତା ଏପ୍ରିଲ ୨୩ ପରେ ଆଉ ମ୍ୟାଚ୍‌ ଖେଳିବେ ନାହିଁ। ଇଂଲଣ୍ଡ ବିଶ୍ୱକପ୍‌ ଟିମ୍‌ରେ ବେୟାରଷ୍ଟୋ ରହିଥିବାରୁ ସେ ୨୩ ତାରିଖ ଦିନ ହିଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ସେ ବିଶ୍ୱକପ୍‌ ପାଇଁ ଆୟୋଜିତ କ୍ୟାମ୍ପରେ ଅଭ୍ୟାସ କରିବେ।

ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ବେୟାରଷ୍ଟୋ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୨ଟି ମ୍ୟାଚ୍‌ ଖେଳିବେ। ଆସନ୍ତାକାଲି କୋଲକାତା ବିପକ୍ଷ ମ୍ୟାଚ୍‌ରେ ବେୟାରଷ୍ଟୋ ଦଳ ସହ ରହିବେ। ସେହିପରି ୨୩ ତାରିଖରେ ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷରେ ସେ ଚଳିତ ଆଇପିଏଲ୍‌ର ଶେଷ ମ୍ୟାଚ୍‌ ଖେଳିବେ। ଏହାପରେ ସେ ସ୍ୱଦେଶ ଫେରିଯିବେ। କେବଳ ବେୟାରଷ୍ଟୋ ନୁହନ୍ତି ଆଇପିଏଲ୍‌ରେ ଖେଳୁଥିବା ସମସ୍ତ ଇଂଲଣ୍ଡ ଖେଳାଳି(ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ଯେଉଁମାନେ ସ୍ଥାନ ପାଇଛନ୍ତି) ପର୍ଯ୍ୟାୟକ୍ରମେ ସ୍ୱଦେଶ ଫେରିବେ।

ବେୟାରଷ୍ଟୋଙ୍କ ଅନୁପସ୍ଥିତି ହାଇଦ୍ରାବାଦକୁ ନିଶ୍ଚିତ ମହଙ୍ଗା ପଡ଼ିବ। କାରଣ ସେ ଚଳିତ ସିଜିନ୍‌ରେ ୮ଟି ମ୍ୟାଚ୍‌ରୁ ୩୬୫ ରନ୍‌ ହାସଲ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି। ସେ ବର୍ତ୍ତମାନ ସର୍ବାଧିକ ରନ୍ ହାସଲ କରିବା ତାଲିକାର ୫ମ ସ୍ଥାନରେ ରହିଛନ୍ତି।



from Odisha Reporter http://bit.ly/2IvOA5O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages