ରାଜନୀତି ରଣାଙ୍ଗନରେ ଅର୍ଦ୍ଧାଙ୍ଗିନୀ, ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସେନାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ରାଜନୀତି ରଣାଙ୍ଗନରେ ଅର୍ଦ୍ଧାଙ୍ଗିନୀ, ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସେନାପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି ଅର୍ଦ୍ଧାଙ୍ଗିନୀ। ଖରାକୁ ଖାତିର ନକରି ଘରର ଚାରି କାନ୍ଥରୁ ବାହାରି ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସେନାପତି। ସ୍ୱାମୀ ଗୋଟିଏ ଯାଗାରେ ଭୋଟ୍ ମାଗୁଥିବା ବେଳେ ତାଙ୍କ ସ୍ତ୍ରୀ ଅନ୍ୟ କେଉଁଠି ପ୍ରଚାର କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଏଭଳି କୌଶଳ ଆପଣାଇଛନ୍ତି କିଛି ଲୋକସଭା ଓ ବିଧାନସଭା ପ୍ରାର୍ଥୀ।

ସମ୍ୱଲପୁର ବିଜେପି ଲୋକସଭା ପ୍ରାର୍ଥୀ ହେଉଛନ୍ତି ଦେବଗଡ଼ ‘ରାଜା’ ନୀତେଶ ଗଙ୍ଗଦେବ। ତାଙ୍କ ପାଇଁ କୁଚିଣ୍ଡାରେ ଭୋଟ୍ ଭିକ୍ଷା କଗୁଛନ୍ତି ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ। ସାଥିରେ କୁଚିଣ୍ଡା ଦଳୀୟ ବିଧାୟକ ପ୍ରାର୍ଥୀ ରବି ନାୟକ। ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ରହିଛି। ତେଣୁ ଆଜି କୁଚିଣ୍ଡାରେ ଜୋରସୋର୍‌ରେ ପ୍ରଚାର କରିଛନ୍ତି ‘ରାଣୀ’ ଅରୁନ୍ଧତି ଦେବୀ।

ପାରାଦୀପରେ ଜୋରସୋରରେ ଚାଲିଛି ପ୍ରଚାର। ମୈଦାନରେ ତିନି ପ୍ରମୁଖ ପ୍ରାର୍ଥୀଙ୍କ ଭଳି ସେମାନଙ୍କ ପତ୍ନୀମାନେ ମଧ୍ୟ ପ୍ରଚାର କରୁଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ପାଇଁ ପତ୍ନୀ ଗୀତାଞ୍ଜଳି, କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲଙ୍କ ପାଇଁ ତାଙ୍କ ପତ୍ନୀ ମୋନିଦୀପା ଓ ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କ ପାଇଁ ତାଙ୍କ ପତ୍ନୀ ସୁଶ୍ରୀତା ସମର୍ଥକ ଓ ଦଳୀୟ କର୍ମୀଙ୍କୁ ସାଥିରେ ଧରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ପ୍ରଚାରରେ ଉଠୁଛି ପଡ଼ୁଛି ପାରାଦୀପ ନିର୍ବାଚନମଣ୍ଡଳୀ।

ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ କହିଛନ୍ତି-“ନବୀନ ସରକାର କଣ କରିଛନ୍ତି ଲୋକେ ଜାଣିଛନ୍ତି। ତେଣୁ ମୋତେ ବେଶୀ କିଛି କହିବାକୁ ପଡ଼ୁନି। ମୁଁ ମୋ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛି।”

ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ କହିଛନ୍ତି-“ପରାଦୀପରେ ଲୋକେ ବିଶ୍ୱାସ କରୁଛନ୍ତି ପରିବର୍ତ୍ତନ ମାନେ ବାପି ସର୍ଖେଲ। ଲୋକଙ୍କ ସମର୍ଥନ ଦେଖି ଆମ ଯୋଶ ବଢ଼ିଯାଇଛି।”

ସମ୍ପଦ ସ୍ୱାଇଁଙ୍କ ପତ୍ନୀ ସୁଶ୍ରୀତା ସ୍ୱାଇଁ କହିଛନ୍ତି-“କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆମେ ଲୋକଙ୍କୁ ବୁଝାଉଛୁ। ମହିଳାମାନେ ଆମ କଥା ଶୁଣୁଛନ୍ତି। ଏଥର ନିଶ୍ଚିତ ପରିବର୍ତ୍ତନ ହେବ।”



from Odisha Reporter http://bit.ly/2XycNMp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages