ସମ୍ବଲପୁର ଲୋକସଭା ଆସନ: ଏଥର ୩ ନୂଆ ମୁହଁ ମଧ୍ୟରେ ବିଗ୍‌ ଫାଇଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ସମ୍ବଲପୁର ଲୋକସଭା ଆସନ: ଏଥର ୩ ନୂଆ ମୁହଁ ମଧ୍ୟରେ ବିଗ୍‌ ଫାଇଟ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ହେଉଛି ବିଗ୍ ଫାଇଟ୍ । ତିନି ନୂଆ ମୁହଁ ଭିତରେ ହେଉଛି ଟକ୍କର। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଥର ପୁରୁଣା ଉପରେ ଭରସା ନକରି ଜନତାଙ୍କ ଆଗକୁ ନୂଆ ଚେହେରାଙ୍କୁ ଆଣିଛନ୍ତି।  ବିଜେଡିର ନଳିନୀକାନ୍ତ ପ୍ରଧାନ, କଂଗ୍ରେସର ଶରତ ପଟ୍ଟନାୟକ ଓ ବିଜେପିର ନିତେଶ ଗଙ୍ଗଦେବଙ୍କ ମଧ୍ୟରେ ହେବ ଲଢ଼େଇ।

ଗଡ଼ ବଜାୟ ରଖିବାକୁ ବିଜେଡି ଏଠି ଏଥର ସିଟିଂ ଏମ୍‌ପି ନଗେନ୍ଦ୍ର ପ୍ରଧାନଙ୍କୁ ବଦଳାଇ ତାଙ୍କ ସ୍ଥାନରେ ରାଜନୀତିରେ ପୁରା ନୂଆ ତଥା ପୂର୍ବତନ ପୂର୍ତ୍ତ ସିବ ନଳିନୀକାନ୍ତ ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଇଛି। ନଳିନୀ ସମ୍ବଲପୁର ବାସିନ୍ଦା ନୁହନ୍ତି କିନ୍ତୁ ଚାକିରୀରେ ଥିବା ବେଳେ ସମ୍ବଲପୁର ଓ ଆଖାପାଖ ଜିଲ୍ଲାରେ କାମ କରିଥିବାରୁ ସେ ସହଜରେ ନିର୍ବାଚନୀ ବୈତରଣୀ ହେବେ ବୋଲି ଆଶା ରଖିଛି ଦଳ । ଏପଟେ କଂଗ୍ରେସ ଏଥର ଭେଟେରାନ୍ ଶରତ ପଟ୍ଟନାୟକଙ୍କୁ ଏଠି ଯୋଦ୍ଧା ସଜାଇଛି ।

ସେ ବି ସମ୍ବଲପୁର ଜିଲ୍ଲାର ନୁହଁନ୍ତି । ପ୍ରାର୍ଥୀପତ୍ର ଦାଖଲର ପୂର୍ବ ରାତିରେ ଶରତଙ୍କୁ ଟିକେଟ୍ ଦେଇ କଂଗ୍ରେସ ଏଠି ଆଭ୍ୟନ୍ତରୀଣ ଅସନ୍ତୋଷକୁ ସାମ୍ନା କରିଥିଲା।  ହେଲେ ଏବେ କିନ୍ତୁ ଅସନ୍ତୋଷରେ ତାଳି ପକାଇ ପ୍ରଚାରରେ ଲାଗି ପଡ଼ିଥିବା ଶରତ ନିଜ ବିଜୟ ସମ୍ଭାବନାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଏପଟେ ବିଜେଡି ହାତରୁ ଗଡ଼ ଛଡ଼ାଇବାକୁ ବିଜେପି ବି ଗତଥରର ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ବରଗଡ଼ ପଠାଇ ଦେବଗଡ଼ ରାଜା ତଥା ବିଧାୟକ ନିତେଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରିଛି।

ଲୋକସଭା ଆସନ ପାଇଁ ଏହା ନିତେଶଙ୍କ ପ୍ରଥମ ପରୀକ୍ଷା । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ନିର୍ବାଚନୀ ସଭା କରିସାରିଥିବାରୁ ମୋଦି ହାଓ୍ୱା ସହ ସ୍ଥାନୀୟ ସମସ୍ୟା ଓ ବିକାଶକୁ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାରି ହେବାକୁ ଆଶା ରଖିଛନ୍ତି ନିତେଶ। ତେବେ ଭୋଟ୍‌ରେ ବିଜୟର ଦାବି ତ ସମସ୍ତେ କରୁଛନ୍ତି। ହେଲେ କେଉଁ ନୂଆ ମୁହଁଙ୍କ  ପକ୍ଷରେ ନିଷ୍ପତ୍ତି ଶୁଣାଉଛନ୍ତି ଜନତା, ତାହା ମେ ୨୩ରେ ହିଁ ସ୍ପଷ୍ଟ ହେବ।



from Odisha Reporter http://bit.ly/2XvnJtU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages