
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ‘ନ୍ୟାୟ’ ଯୋଜନାର ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କାର ସହାୟତା ଦେବ ବୋଲି କହି ଏକ ବିଜ୍ଞାପନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।
ଏଥିରେ ରାହୁଲ ଗାନ୍ଧିଙ୍କୁ ଜଣେ ବୃଦ୍ଧା ଆଲିଙ୍ଗନ କରିଥିବାର ଫଟୋ ଦେଖିବାକୁ ମିଳିଛି। ତେବେ ଏହି ଫଟୋରେ ଥିବା ଏକ ରହସ୍ୟଜନକ ହାତକୁ ନେଇ ରାହୁଲଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। କାରଣ ଏହି ଫଟୋରେ ବୃଦ୍ଧାଙ୍କ ଅଣ୍ଟା ପାଖରେ ଜଣଙ୍କ ହାତର ଆଙ୍ଗୁଳି ରହିଯାଇଛି।
ଏ ଦଳୀୟ କାର୍ଯ୍ୟକ୍ରମରେ ରାହୁଲଙ୍କୁ ବୃଦ୍ଧା ଜଣଙ୍କ ଆଲିଙ୍ଗନ କରିଥିବା ଫଟୋକୁ କଂଗ୍ରେସ ‘ନ୍ୟାୟ’ ଯୋଜନାର ପ୍ରଚାର ବେଳେ ସାମିଲ କରିଥିଲା। ରାହୁଲଙ୍କୁ ଫୋକସ କରିବାକୁ ଯାଇ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କୁ ଫଟୋଶପ୍ ଜରିଆରେ ହଟାଇ ଦିଆଯାଇଛି। ତେବେ ଏହା କରିବା ବେଳେ ଭୁଲବଶତଃ ସେଠାରେ ଉପସ୍ଥିତ ଜଣେ ନେତାଙ୍କ ହାତର ଆଙ୍ଗୁଳି ରହିଯାଇଛି।
ଏହି ତ୍ରୁଟିକୁ ନେଇ ପ୍ରଥମେ ବିଜେପି ନେତା ତେଜିନ୍ଦର ବାଗ ଟ୍ୱିଟ୍ କରିଥିଲେ। ଏହାପରେ ରାହୁଲଙ୍କୁ ଟ୍ୱିଟର ବ୍ୟବହାରକାରୀମାନେ ମନଇଚ୍ଛା ଚିଡ଼ାଇବା ସହ ଆଗକୁ ଜଣେ ଭଲ ଫଟୋଶପ୍ ଜାଣିଥିବା ବ୍ୟକ୍ତିଙ୍କୁ ନିଜର ପ୍ରଚାର ପାଇଁ କୁହନ୍ତୁ ବୋଲି ଅନେକ ମତ ଦେଇଛନ୍ତି। ସେହିପରି ଆଉ କିଛି ଲୋକ ପ୍ରକୃତରେ ବୃଦ୍ଧା ଜଣଙ୍କ ରାହୁଲଙ୍କୁ ଆଲିଙ୍ଗନ କରିଥିଲେ କି ନାହିଁ, ତା’କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
from Odisha Reporter http://bit.ly/2IpNOGu
No comments:
Post a Comment