
ମୁମ୍ୱାଇ: “ନିର୍ବାଚନ କମିଶନ ଧ୍ରୁତରାଷ୍ଟ୍ର ସାଜିଛନ୍ତି”। ଇଭିଏମ୍ ଓ ଭିଭିପ୍ୟାଟ ପ୍ରସଙ୍ଗରେ ବିରୋଧୀଙ୍କ ଦାବିକୁ ନିର୍ବାଚନ ଅଧିକାରୀ ଶୁଣୁନଥିବା ଅଭିଯୋଗ କରିଛନ୍ତି ୨୩ଟି ବିଜେପି ବିରୋଧୀ ଦଳ। ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଟିଡିପି ନେତୃତ୍ୱରେ୨୩ଟି ରାଜନୀତିକ ଦଳ ଇଭିଏମ ପ୍ରସଙ୍ଗରେ ଏକାଠି ହୋଇଛନ୍ତି। ସେମାନେ ସାମ୍ବାଦିକ ସମ୍ମିଳନୀ କରି ୫୦ ପ୍ରତିଶତ ଇଭିଏମ୍ ଭୋଟ ସହ ଭିଭିପ୍ୟାଟର ଭୋଟ ମିଳାଇବା ପାଇଁ ସେମାନଙ୍କ ପୁରୁଣା ଦାବି ଦୋହରାଇଛନ୍ତି। ସେମାନେ ଖୁବଶୀଘ୍ର ସୁପ୍ରିମକୋର୍ଟରେ ପୁଣି ଆଉ ଏକ ଆବେଦନ କରିବେ ବୋଲି ଆଜି କହିଛନ୍ତି। ଏଥିପାଇଁ ଏକ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ ହୋଇଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି।
ନିକଟରେ ବିରୋଧୀଙ୍କ ଏହି ଆବେଦନର ଶୁଣାଣି କରି ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ।
ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ବିଶ୍ୱର ୧୯୧ଟି ଦେଶରୁ ୧୮ଟି ଦେଶ ଇଭିଏମରେ ମତଦାନ କରୁଛନ୍ତି। ଯେଉଁଥିରୁ ୧୦ଟି ଦେଶ ଜନବହୁଳ ଅଟେ। ଇଭିଏମ ସମ୍ପୁର୍ଣ୍ଣ ଭାବେ ଟ୍ୟାମ୍ପରିଂ କରିହେବ। ଭିଭିପ୍ୟାଟରେ ଯେଉଁ ପେପର ସ୍ଲିପ୍ ବାହାରୁଛି ତାହା ୭ ସେକେଣ୍ଡ ପରିବର୍ତ୍ତେ ମାତ୍ର ୩ ସେକେଣ୍ଡ ପାଇଁ ଦେଖାଉଛି। ଯାହାକୁ ପ୍ରୋଗ୍ରାମିଂ ସାହାଯ୍ୟରେ ଟ୍ୟାମ୍ପରିଂ କରାଯାଇଛି ବୋଲି ନାଇଡ଼ୁ ଅଭିଯୋଗ କରିଛନ୍ତି।
ନିକଟରେ ବିରୋଧୀଙ୍କ ଏହି ଆବେଦନର ଶୁଣାଣି କରି ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ହେଲେ ଏବେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ।
ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ବିଶ୍ୱର ୧୯୧ଟି ଦେଶରୁ ୧୮ଟି ଦେଶ ଇଭିଏମରେ ମତଦାନ କରୁଛନ୍ତି। ଯେଉଁଥିରୁ ୧୦ଟି ଦେଶ ଜନବହୁଳ ଅଟେ। ଇଭିଏମ ସମ୍ପୁର୍ଣ୍ଣ ଭାବେ ଟ୍ୟାମ୍ପରିଂ କରିହେବ। ଭିଭିପ୍ୟାଟରେ ଯେଉଁ ପେପର ସ୍ଲିପ୍ ବାହାରୁଛି ତାହା ମାତ୍ର ୩ ସେକେଣ୍ଡ ପାଇଁ ଦେଖାଉଛି ୭ ସେକେଣ୍ଡ ପରିବର୍ତ୍ତେ। ଯାହାକୁ ପ୍ରୋଗ୍ରାମିଂ ସାହାଯ୍ୟରେ ଟ୍ୟାମ୍ପରିଂ କରାଯାଇଛି ବୋଲି ନାଇଡ଼ୁ କହିଛନ୍ତି।
from Odisha Reporter http://bit.ly/2GCf6s0
No comments:
Post a Comment