ବିଜେପି ଉପରେ ନବୀନଙ୍କ ପାଲଟା ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ବିଜେପି ଉପରେ ନବୀନଙ୍କ ପାଲଟା ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦୁଇଟି ନିର୍ବାଚନୀ ସଭା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ପଛରେ ନାହାନ୍ତି। ସେ ଭଦ୍ରକ ଓ ପାଣିକୋଇଲିରେ ପ୍ରଚାର କରି ବିଜେପିକୁ ଟାର୍ଗେଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ପଞ୍ଜାବରେ ବିଜେପିର ଡବଲ ଇଂଜିନ ସରକାର ଥିଲା। ଏଠାରେ ବିଜେପିର ପତନ ହେଲା କାହିଁକି? ଚାଷୀଙ୍କ ପାଇଁ ବିଜେପି ସରକାର କିଛି କରିନି। ସେଥିପାଇଁ ସବୁଠି ହାରୁଛି।”

ସେ ଆହୁରି କହିଛନ୍ତି-“କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ୫ ବର୍ଷରେ ବିଜେପି ଲୋକଙ୍କ ଆସ୍ଥା ହରାଇଛି।”

ବିମୁଦ୍ରାକରଣ, ଜିଏସ୍‌ଟି ପ୍ରସଙ୍ଗ ଉଠାଇ ନବୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଗୁଜରାଟ ମଡେଲର ବହୁତ ପ୍ରଚାର ହେଲା। ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ହାରୁହାରୁ ଜିତିଛି ବୋଲି ନବୀନ ଆକ୍ଷେପ କରିଛନ୍ତି।



from Odisha Reporter http://bit.ly/2INg8Ts

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages