
ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର୍। ସୋମବାର ସେ ନାମାଙ୍କନ ଭରିବାର ଥିଲା କିନ୍ତୁ ‘ଅଶୁଭ ମୁହୁର୍ତ୍ତ’ କାରଣରୁ ଆଜି ସେ ନାମାଙ୍କନ ଭରିଛନ୍ତି। ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରୋଡ୍ ଶୋ କରି ନାମାଙ୍କନ ଭରିବା ପାଇଁ ଯାଇଥିଲେ ସାଧ୍ୱୀ ପ୍ରଜ୍ଞା ଠାକୁର୍। ଏହି ସମୟରେ ମଧ୍ୟପ୍ରଦେଶ ବିଜେପି ସଭାପତି ରାକେଶ ସିଂହ ଏବଂ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ।
ତେବେ ପ୍ରଜ୍ଞାଙ୍କ ସହ ବର୍ତ୍ତମାନର ବିଜେପି ସାଂସଦ ଆଲୋକ ସନଜର ମଧ୍ୟ ଭୋପାଲ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି। ଦଳର ନିର୍ଦ୍ଦେଶକ୍ରମେ ସେ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଛନ୍ତି ଆଲୋକ ସନଜର। ସୂଚନାଯୋଗ୍ୟ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧୀ ନିର୍ବାଚନ କମିଶନ ଏବଂ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି। ତେଣୁ ଯଦି ସାଧ୍ୱୀ ପ୍ରଜ୍ଞାଙ୍କ ନାମାଙ୍କନ ଖାରଜ ହୋଇଯାଏ ତାହେଲେ ଆଲୋକଙ୍କ ପ୍ରାର୍ଥୀପତ୍ରକୁ କାଏମ ରଖିବା ପାଇଁ ଦଳ ନିଷ୍ପତ୍ତି ନେବ ବୋଲି ସୂଚନା ରହିଛି।
ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦିଗବିଜୟ ସିଂହ। ଏପ୍ରିଲ ୨୦ ତାରିଖ ଦିନ ଦିଗବିଜୟ ସିଂହ ନାମାଙ୍କନ ଭରିଥିଲେ। ମେ ୧୨ରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋପାଲ ଲୋକସଭା ଆସନ ପାଇଁ ମତଦାନ ହେବ।
from Odisha Reporter http://bit.ly/2URjI6h
No comments:
Post a Comment