ବିଜେଡି ଟିକେଟ ବଣ୍ଟନ ପଛରେ ବଡ଼ଧରଣର କିକ୍‌ ବ୍ୟାକ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ବିଜେଡି ଟିକେଟ ବଣ୍ଟନ ପଛରେ ବଡ଼ଧରଣର କିକ୍‌ ବ୍ୟାକ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିକେଟ ବଣ୍ଟନ ପଛରେ ବଡ଼ଧରଣର କିକ୍ବ୍ୟାକ୍‌। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ। ଟଙ୍କା ନେଇ ଏବଂ ମହିଳାଙ୍କୁ ଶୋଷଣ କରି ଟିକେଟ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ । ଯାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି ।

ରାଇରଙ୍ଗପୁରର ଏକ କର୍ମୀ ସମ୍ମିଳନୀରେ ଜଣେ ବିଜେଡି କର୍ମୀ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ବିରୋଧରେ ଆଣିଛନ୍ତି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ। ବିଜେଡିରେ ପ୍ରଥମେ ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ପରେ ପ୍ରାର୍ଥୀ ଘୋଷଣା ପରେ କ୍ରମାଗତ ଭାବେ ନବୀନ ନିବାସ ଆଗରେ ବିଦ୍ରୋହ ଦେଖିବାକୁ ମିଳିଥିଲା ।

ଏସବୁ ଭିତରେ ଟିକେଟ ବଣ୍ଟନ ପଛର ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ତେବେ ଭାଇରାଲ୍ ହୋଇଥିବା ଭିଡ଼ିଓର ସତ୍ୟତା କେତେ, ସେନେଇ ସ୍ପଷ୍ଟ ହୋଇନଥିଲେ ବି ବିରୋଧୀଙ୍କୁ ଏହା କିନ୍ତୁ ଭିନ୍ନ ଖୋରାକ୍ ଯୋଗାଇଛି। କଂଗ୍ରେସରେ ବି ଟଙ୍କା ନେଇ ଟିକେଟ କାରବାର ହେଉଥିବା ଅଭିଯୋଗ ଉଠିଥିଲା। ପିପିଲିରେ ଟିକେଟ ନେବାକୁ ସିଧାସିଧା ମନା କରିବା ସହ ନିରଞ୍ଜନ ଟିକେଟ ବିକୁଥିବା ନେଇ ଅଭିଯୋଗ ଆଣିଥିଲେ ଯୁଧିଷ୍ଠିର ସାମନ୍ତରାୟ।



from Odisha Reporter http://bit.ly/2KmJfQe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages