ଲଢ଼ିଲେ ସର୍ଫରାଜ, ତଥାପି ୨୨ ରନ୍‌ରେ ଜିତିଲା ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଲଢ଼ିଲେ ସର୍ଫରାଜ, ତଥାପି ୨୨ ରନ୍‌ରେ ଜିତିଲା ଚେନ୍ନାଇ

ଚେନ୍ନାଇ: କିଙ୍ଗସ ଇଲେଭେନ ପଞ୍ଜାବର ଯୁବ ତାରକା ସର୍ଫରାଜ ଖାନ୍‌(୬୭) ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ଚେନ୍ନାଇ ସୁପରକିଙ୍ଗସ୍‌ ୨୨ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍‌ କରିଥିବା ବେଳେ ପଞ୍ଜାବ ଏହାର ପିଛା କରି ୫ ୱିକେଟ୍‌ରେ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଛି। ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି।

ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଚେନ୍ନାଇ ଫାଫ୍‌ ଡୁପ୍ଲେସିସ୍‌ ୫୪ ଓ ମହେନ୍ଦ୍ର ସିଂହ ଧୋନିଙ୍କ ୩୭ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ୍‌ ହରାଇ ୧୬୦ ରନ୍‌ କରିଥିଲା। ଏହାର ଜବାବରେ ପଞ୍ଜାବ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଦଳର ଓପନର କ୍ରିସ୍‌ ଗେଲ୍‌ ମାତ୍ର ୫ ରନ୍‌ କରି ଭେଟରାନ୍‌ ହରଭଜନ ସିଂହଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ ଖାତା ଖୋଲିବା ପୂର୍ବରୁ ହରଭଜନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୭ ରନ୍‌ରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ପଞ୍ଜାବର ବ୍ୟାଟିଂ ମଙ୍ଗ କେଏଲ୍‌ ରାହୁଲ ଏବଂ ସର୍ଫରାଜ ଖାନ୍‌ ସମ୍ଭାଳିଥିଲେ। ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ଉଭୟ ମଧ୍ୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୧୧୭ ଥିବା ବେଳେ ୫୫ ରନ୍‌ କରିଥିବା ରାହୁଲ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ସ୍କଟ କୁଗେଲେଜିନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଡେଭିଡ୍‌ ମିଲ୍‌ର(୬)ଙ୍କୁ ଦୀପକ ଚହର ଆଉଟ୍‌ କରି ପଞ୍ଜାବକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାପରେ ବଡ଼ ଶଟ୍‌ ଖେଳୁଥିବା ସର୍ଫରାଜ(୬୭)ଙ୍କୁ ସ୍କଟ ନିଜର ଦ୍ୱିତୀୟ ଶିକାର କରି ପଞ୍ଜାବର ବିଜୟକୁ ରାସ୍ତାକୁ ବନ୍ଦ କରି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ମନଦୀପ ସିଂହ ୧ ଓ ସାମ କରାନ୍‌(୦) ଅପରାଜିତ ରହିଥିଲେ। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଚେନ୍ନାଇ ପକ୍ଷରୁ ସ୍କଟ ଓ ହରଭଜନ ଦୁଇଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଦୀପକ ଚହର ଗୋଟିଏ ୱିକେଟ୍‌ ନେଇଥିଲେ।



from Odisha Reporter http://bit.ly/2UDyqgl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages