
ଚେନ୍ନାଇ: କିଙ୍ଗସ ଏକାଦଶ ପଞ୍ଜାବ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଆଜି ଏକ ରୋଚକ ଘଟଣା ଘଟିଛି। ଆଇପିଏଲ୍ରେ ଚୌକା ଓ ଛକାରେ ଡ୍ୟାନ୍ସ କରୁଥିବା ଚିୟର ଲିଡରଙ୍କ ପାଇଁ ଆଜି ମ୍ୟାଚ୍କୁ କିଛି ସମୟ ଅଟକାଇବାକୁ ପଡ଼ିଥିଲା।
ପଞ୍ଜାବର ବ୍ୟାଟିଂ ଇନିଂସ୍ର ପ୍ରଥମ ଓଭର୍ରେ ଏଭଳି ଘଟଣା ଘଟିଥିଲା। କ୍ରିସ୍ ଗେଲ୍ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଚେନ୍ନାଇ ପକ୍ଷରୁ ଦୀପକ ଚହର ବୋଲିଂ କରୁଥିଲେ। ତେବେ ଚହର ଓଭର୍ର ୪ର୍ଥ ବଲ୍ ବୋଲିଂ କରିବାକୁ ରନ୍ ଅପ୍ ନେଉଥିବା ବେଳେ ଗେଲ୍ ତାଙ୍କୁ ହଠାତ୍ ଅଟକାଇ ଦେଇଥିଲେ। କାରଣ, ଗେଲ୍ ବ୍ୟାଟିଂ କରିବାକୁ ଛିଡ଼ା ହୋଇଥିବା ବେଳେ ଜଣେ ଚିୟର ଲିଡର ହଠାତ୍ ସାଇଟ୍ ସ୍କିନ୍ ଦେଇ ଅତିକ୍ରମ କରୁଥିଲେ। ଫଳରେ ଗେଲ୍ଙ୍କ ଧ୍ୟାନ ବଲ୍ ଉପରୁ ହଟି ଯାଇଥିଲା। ତେଣୁ ସେ ଦୀପକ ଚହରଙ୍କୁ ବୋଲିଂ କରିବାରୁ ଅଟକାଇ ଦେଇଥିଲେ।
ଚିୟର ଲିଡର ଜଣଙ୍କ ସାଇଟ୍ ସ୍କ୍ରିନ୍ ଅତିକ୍ରମ କରିବା ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା। ତେବେ ଆଜିର ମ୍ୟାଚରେ ଗେଲ୍ ମାତ୍ର ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ।
from Odisha Reporter http://bit.ly/2UzWy3C
No comments:
Post a Comment