ବଦଳିଲା ନବୀନଙ୍କ ସମଦୂରତ୍ଵ ଡାଏଲଗ୍ : କହିଲେ-ଯିଏ ଓଡ଼ିଶା ପାଇଁ ଭଲ ଡିଲ୍ କରିବ, ତାକୁ ସମର୍ଥନ କରିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ବଦଳିଲା ନବୀନଙ୍କ ସମଦୂରତ୍ଵ ଡାଏଲଗ୍ : କହିଲେ-ଯିଏ ଓଡ଼ିଶା ପାଇଁ ଭଲ ଡିଲ୍ କରିବ, ତାକୁ ସମର୍ଥନ କରିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଦଳିଲା ନବୀନଙ୍କ ସ୍ୱର। କଂଗ୍ରେସ ଓ ବିଜେପି ସହ ମେଣ୍ଟ ପ୍ରସଙ୍ଗରେ ସର୍ବଦା ସମଦୂରତାର ଡାଏଲଗ କହି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଏଥର କହିଛନ୍ତି ‘ଯିଏ ଓଡ଼ିଶାକୁ ଲାଭ ଦେବ ଆମେ ତାକୁ ସମର୍ଥନ ଦେବୁ’। ଇଣ୍ଡିଆ ଟୁଡେ ସହ ଆଉ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ ଏହା କହିଛନ୍ତି।

୨୦୦୯ରେ ବିଜେପି ସହ ସମ୍ପର୍କ ଭାଙ୍ଗିଲା ପରେ ନବୀନ ସବୁବେଳେ ସମଦୂରତ୍ୱ କଥା କହି ଆସୁଥିଲେ। ଉଭୟ କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମଦୂରତା ରକ୍ଷା କରି ଆସୁଥିବା କହୁଥିଲେ ନବୀନ। ଏବେ ସାଧାରଣ ନିର୍ବାଚନ ଚାଲୁଥିଲା ବେଳେ ହଠାତ୍‌ ଓଡ଼ିଶା ସ୍ୱାର୍ଥ କଥା କହି ନବୀନ ନିଜର ମତ ବଦଳାଇଛନ୍ତି। କହିଛନ୍ତି ଯିଏ ଓଡ଼ିଶାକୁ ଲାଭ ଦେବେ ଆମେ ତାକୁ ସମର୍ଥନ ଦେବୁ।

ସିଏ ଏନ୍‌ଡିଏ ହେଉ କି ୟୁପିଏ ବା ଅନ୍ୟ କେହି, ଯିଏ ଓଡ଼ିଶା ପାଇଁ ଭଲ ଡିଲ୍ କରିବ, ତାକୁ ସମର୍ଥନ କରିବୁ। ଏଇ ତିନି ଦିନ ତଳେ ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତକାରରେ ବିଜେଡି ସମଦୂରତ୍ୱ ରଖୁଥିବା କହିଥିଲେ ନବୀନ।



from Odisha Reporter http://bit.ly/2v2Bswg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages