
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀକୁ ନେଇ ଆଜି ପ୍ରଥମଥର ପାଇଁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି। ଆଇଏମଡିର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ‘ପ୍ରାୟ ସ୍ୱାଭାବିକ’ ବର୍ଷା ହେବ। ପୂର୍ବରୁ ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥା ପକ୍ଷରୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ କମ୍ ବର୍ଷିବ ବୋଲି ଆକଳନ କରାଯାଇଥିଲା। ଏହାକୁ ନେଇ ଚାଷୀକୁଳ ଆଶଙ୍କାରେ ଥିବା ବେଳେ ଆଜି ଆଇଏମ୍ଡିର ଏହି ବୟାନ ସମସ୍ତଙ୍କୁ ଆଶ୍ୱସ୍ତ କରିଛି।
ଆଇଏମ୍ଡିର ମୁଖ୍ୟ କେଜେ ରମେଶଙ୍କ ଆକଳନ ଅନୁଯାୟୀ, “ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୯୬% ବର୍ଷା ହେବାର ସମ୍ଭାବନା ରହିଛି। ଏହା ପ୍ଲସ/ମାଇନସ୍ ୫ ହୋଇପାରେ। ଅର୍ଥାତ ଏଥର ମୌସୁମୀ ପ୍ରଭାବରେ ‘ପ୍ରାୟ ସ୍ୱାଭାବିକ ବର୍ଷା ହେବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୯୬-୧୦୪% ବର୍ଷା ହେଲେ ଏହା ସ୍ୱାଭାବିକ ବୋଲି ଧରାଯାଏ।
ସେହିପରି ୯୦%ରୁ ୯୬% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ଠାରୁ କମ୍ ବର୍ଷା ବୋଲି ଧରାଯାଏ। ଏଥର ପାଖାପାଖି ମୌସୁମୀ ସ୍ୱାଭାବିକ ବର୍ଷିବାର ସମ୍ଭାବନା ରହିଥିବାରୁ ଖରିଫ୍ ଚାଷ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କେଉଁ ଅଞ୍ଚଳରେ କେତେ ବର୍ଷା ହେବ ସେକଥା ଆମେ ଜୁନ୍ ପ୍ରଥମ ସପ୍ତାହରେ କହିବୁ। ସେହିପରି ମୌସୁମୀ କେରଳରେ କେବେ ପ୍ରବେଶ କରିବ, ସେକଥା ମେ’ ମଧ୍ୟ ଭାଗରେ ଜଣାପଡ଼ିବ। ସେହିପରି ବର୍ଷା ଋତୁର ଶେଷ ଭାଗରେ ମୌସୁମୀ ଉପରେ ଏଲ୍ ନିନୋର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।”
୨୦୧୮ ଓ ୨୦୧୭ରେ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିଲା। ୨୦୧୮ରେ ଆଇଏମ୍ଡି ୯୭% ବର୍ଷା ହେବ ବୋଲି କହିଥିଲା। କିନ୍ତୁ ଗତବର୍ଷ ୯୧% ବର୍ଷା ହୋଇଥିଲା। ଅର୍ଥାତ ଏହା ସ୍ୱାଭାବିକ ଠାରୁ କମ୍ ଥିଲା। ଏଥର ଆଇଏମଡିର ଆକଳନ ଅନୁଯାୟୀ ସ୍ୱଳ୍ପ ବୃଷ୍ଟିପାତର ଆଶଙ୍କା ୧୭% ଥିବା ବେଳେ ପାଖାପାଖି ସ୍ୱାଭାବିକ ବର୍ଷାର ସମ୍ଭାବନା ୩୯% ରହିଛି।
from Odisha Reporter http://bit.ly/2Pce20B
No comments:
Post a Comment