କାଲି ତୃତୀୟ ପର୍ଯ୍ୟାୟ ଭୋଟ୍‌, ରାଜ୍ୟରେ ସିଲ୍‌ ହେବ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

କାଲି ତୃତୀୟ ପର୍ଯ୍ୟାୟ ଭୋଟ୍‌, ରାଜ୍ୟରେ ସିଲ୍‌ ହେବ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଓଡ଼ିଶାର ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଓଡ଼ିଶାରେ ମତଦାନ ହେବାକୁ ଥିବା ୬ଟି ଲୋକସଭା ଆସନ ହେଲା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଆସନ୍ତାକାଲି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ। ତେବେ ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ନକ୍ସଲ ପ୍ରବଣ ଅଞ୍ଚଳ କୁଚିଣ୍ଡା, ରେଢାଖୋଲ, ଦେବଗଡ଼, ଚମ୍ପୁଆ, ପାଲଲହଡ଼ା, ଅନୁଗୋଳ ଏବଂ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ସରିବ। ଏହି ପର୍ଯ୍ୟାୟରେ ୧୦ ହଜାର ୪୬୪ ବୁଥ୍‌ରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ଜଣ ଭୋଟର, ୬୧ଜଣ ଲୋକସଭା ଓ ୩୫୬ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ନକ୍ସଲ ଅଞ୍ଚଳ ଛଡ଼ା ଏହି ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱର ସହ ଖୋର୍ଦ୍ଧା ଏବଂ ଘସିପୁରାରେ ଭୋଟ୍ ବେଳେ ରହିବ ପୁଲିସର ତୀକ୍ଷଣ ନଜର। କାରଣ ଏସବୁ ସ୍ଥାନରେ ଭୋଟ୍ ପୂର୍ବରୁ ଘଟିଛି ରାଜନୀତିକ ହିଂସା। ଖୋର୍ଦ୍ଧାରେ ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଘସିପୁରାରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ହେବା ସହ ପିସିସି ସଭାପତିଙ୍କୁ ଆକ୍ରମଣ ହୋଇଛି। ସେହିପରି ଭୁବନେଶ୍ୱର ମଧ୍ୟରେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଏପରିକି ବିଜେପି ରାଲି ବେଳେ ଆକ୍ରମଣ ଘଟଣା ପରେ ସଜାଗ ହୋଇଛି ପୁଲିସ୍।

କେବଳ ରାଜଧାନୀ ଭୁବନେଶ୍ୱରରେ ୩୮୩ଟି ବୁଥ୍ ସମ୍ବେଦନଶୀଳ ରହିଛି। ଭୋଟବେଳେ ସୁରକ୍ଷା ପାଇଁ ଏଠାରେ ୩୦ ପ୍ଲାଟୁନ୍ ଫୋର୍ସ ୬ ପ୍ଲାଟୁନ୍ ଅର୍ଦ୍ଧସାମରିକ ବଳ ସହ ୨୦୦ ଅଫିସର ନିୟୋଜିତ ରହିବେ। କଟକ ଓ ଭୁବନେଶ୍ୱରରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ୍ ପୂର୍ବରୁ ବହୁ ସ୍ଥାନରେ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି।



from Odisha Reporter http://bit.ly/2GsDBXv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages