
ଜୟପୁର, ରାଜସ୍ଥାନ: ରାଜସ୍ଥାନର ବିକାନେର ଜିଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଉତ୍ତର ପ୍ରଦେଶ ଲକ୍ଷ୍ନୌ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ‘ଦେଶରୁ କଂଗ୍ରେସ ହଟିଲେ ଦାରିଦ୍ର୍ୟ ହଟିବ’। କଂଗ୍ରେସ ୬୦ ବର୍ଷ ଶାସନ କରି ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଛି। ହେଲେ ଲୋକଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହିଁ। ତେଣୁ ଯଦି କେହି ଶିଖିବା ପାଇଁ ଚାହୁଁଛନ୍ତି ତାହେଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରୁ ଶିକ୍ଷାଲାଭ କରିବା ଉଚିତ ବୋଲି ରାଜନାଥ ସିଂହ କହିଛନ୍ତି।
ରାଜସ୍ଥାନର ବିକାନେର ଜିଲ୍ଲାର କୋଲୟଟ ଲୋକସଭା ଆସନର ବିଜେପି ପ୍ରାର୍ଥୀ ରାମ ମେଘୱଲଙ୍କ ପାଇଁ ପ୍ରଚାର କରି କଂଗ୍ରେସ ଉପରେ ଏପରି ଅଘୋଷିତ ବର୍ଷିଛନ୍ତି ରାଜନାଥ ସିଂହ।
ବାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ ରାଜନାଥ ସିଂହ କହିଛନ୍ତି ଆଉ ଭାରତ ଦୁର୍ବଳ ହୋଇ ନାହିଁ। ସାରା ଦେଶ ଭାରତର ଆତଙ୍କବାଦୀ ବିରେଧୀ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ବେଳେ କିଛି ଲୋକ କେବଳ ପ୍ରଶ୍ନ କରିବାରେ ମାତିଛନ୍ତି।
ଇନ୍ଦିରା ଗାନ୍ଧିଙ୍କ ସରକାର ୧୯୭୧ରେ ପାକିସ୍ତାନ ଉପରେ ଆକ୍ରମଣ କରିଥିବାରୁ ସେତେବେଳର ବିରୋଧୀ ଦଳର ନେତା ବାଜପେୟୀ ଇନ୍ଦିରାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ହେଲେ ନରେନ୍ଦ୍ର ମୋଦିଙ୍କୁ ବାଲାକୋଟ ଏୟାର ଷ୍ଟ୍ରାଇକ ପାଇଁ କାହିଁକି ପ୍ରଶଂସା କରାଯିବନି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ।
from Odisha Reporter http://bit.ly/2VkgCr4
No comments:
Post a Comment