
ଚେନ୍ନାଇ: ଆଇପିଏଲ୍ର ପ୍ରତିଟି ସଂସ୍କରଣରେ ସ୍ଥିର ପ୍ରଦର୍ଶନ କରି ଚାଲିଥିବା ଏକମାତ୍ର ଟିମ୍ ହେଉଛି ଚେନ୍ନାଇ ସୁପରକିଙ୍ଗସ୍। ଚଳିତ ବର୍ଷ ମଧ୍ୟ ଚେନ୍ନାଇ ଭଲ ପ୍ରଦର୍ଶନ କରିବା ସହ ପ୍ଲେ-ଅଫ୍ ଖେଳିବା ଏକ ପ୍ରକାରର ନିଶ୍ଚିତ କରିଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ଦଳ ଆଇପିଏଲ୍ର ୧୨ଟି ସଂସ୍କରଣ ମଧ୍ୟରୁ ଦଳ ଖେଳିଥିବା ୧୦ଟି ଟୁର୍ଣ୍ଣାମେଣ୍ଟରେ ୩ଥର ଚାମ୍ପିୟନ ହୋଇଛି। ସେହିପରି ୯ଥର ପ୍ଲେ-ଅଫ୍ ଖେଳିବାର ରେକର୍ଡ ମଧ୍ୟ ଚେନ୍ନାଇ ନାଁରେ ରହିଛି। ଏଥର ମଧ୍ୟ ଦଳ ପ୍ଲେ-ଅଫ୍ ଖେଳିବ।
ତେବେ ଚେନ୍ନାଇର ଏଭଳି ସଫଳତା ପଛର କାରଣ କ’ଣ? ଏ ସମ୍ପର୍କରେ ଧୋନିଙ୍କୁ ପଚରା ଯାଇଥିଲା। ଧୋନି କିନ୍ତୁ ବେଶ ଚତୁରତାର ସହ ଏହାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, “ଯଦି ମୁଁ ଚେନ୍ନାଇର ସଫଳତାର ମନ୍ତ୍ର କଥା କହିବି, ତା’ହେଲେ ଏହାର ମାଲିକ ଆଉ ମୋତେ କେବେ ହେଲେ କିଣିବେ ନାହିଁ। ଏହା ଏକ ଗୁପ୍ତ କଥା। ଲୋକଙ୍କ ସମର୍ଥନ ଓ ଫ୍ରାଞ୍ଚାଇଜିଙ୍କ ସମର୍ଥନ ଜିତିବା ପାଇଁ ପ୍ରମୁଖ କାରଣ।
ଏଥିସହ ଟିମ୍ ସହ ଥିବା ସହାୟକ କର୍ମକର୍ତ୍ତା ମଧ୍ୟ ବିଜୟର ଶ୍ରେୟ ନେବାକୁ ହକଦାର। କାରଣ ଭଲ ସହାୟକ କର୍ମକର୍ତ୍ତାଙ୍କ ଯୋଗୁ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ମୁଁ ଆଉ କିଛି ବି ଖୁଲାସା କରିପାରିବି ନାହିଁ। ହଁ, କ୍ରିକେଟ୍ରୁ ଅବସର ନେବା ପରେ ହିଁ ମୁଁ ଏହାର ଖୁଲାସା କରିବି।”
ଚଳିତ ବର୍ଷ ଚେନ୍ନାଇ ୧୧ଟି ମ୍ୟାଚ୍ ଖେଳି ୧୬ ପଏଣ୍ଟ ହାସଲ କରିଛି। ଶୁକ୍ରବାର ଦଳର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ସହ ହେବ।
from Odisha Reporter http://bit.ly/2Gz9Hk6
No comments:
Post a Comment