ଆଇପିଏଲ୍‌-୨୦୧୯: ପୁଣି ଶୀର୍ଷକୁ ଫେରିଲା ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଆଇପିଏଲ୍‌-୨୦୧୯: ପୁଣି ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ: ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଛି। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ପ୍ରତିପକ୍ଷ ରାଜସ୍ଥାନକୁ ହରାଇ ୧୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ହେଲେ ଏହାର ୨୪ ଘଣ୍ଟା ନପୁରୁଣୁ ଚେନ୍ନାଇ ପୁଣିଥରେ ୧ ନଂ ସ୍ଥାନକୁ ଫେରିଛି।

ମଙ୍ଗଳବାର ରାତିରେ ଚେନ୍ନାଇ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ପ୍ରତିପକ୍ଷ ରାଜସ୍ଥାନକୁ ୫ ୱିକେଟ୍‌ରେ ହରାଇଛି। ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୭୫ ରନ୍‌ କରିଥିଲା। ଏହାର ଜବାବରେ ଚେନ୍ନାଇ ୧୯.୫ ଓଭର୍‌ରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

୫୩ ବଲ୍‌ରେ ୯୬ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିବା ଚେନ୍ନାଇର ଶେନ୍‌ ୱାଟସନ୍‌ଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଏହି ବିଜୟ ସହ ଚେନ୍ନାଇର ପ୍ଲେ-ଅଫ୍‌ ଖେଳିବା ଏବେ ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଦଳ ପାଖରେ ୧୬ ପଏଣ୍ଟ ରହିଛି। ଦିଲ୍ଲୀର ୧୪ ପଏଣ୍ଟ ଥିବା ବେଳେ ମୁମ୍ବାଇର ୧୨ ପଏଣ୍ଟ ଓ ହାଇଦ୍ରାବାଦ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

ଗତକାଲି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ପାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହାଇଦ୍ରାବାଦ ପକ୍ଷରୁ ଚଳିତ ସିଜିନ୍‌ର ଶେଷ ମ୍ୟାଚ୍‌ ଖେଳୁଥିବା ଜନ୍ନି ବେୟାରଷ୍ଟୋ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍‌ ଫେରିଥିଲେ।

ତେବେ ଦ୍ୱିତୀୟ ୱିକେଟ୍‌ ପାଇଁ ଚଳିତ ସିଜିନ୍‌ର ସର୍ବାଧିକ ରନ୍‌ ହାସଲକାରୀ ଡେଭିଡ୍‌ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଜବରଦସ୍ତ ବ୍ୟାଟିଂ କରି ୧୩.୩ ଓଭରରେ ୧୨୦ରେ ପହଞ୍ଚାଇଥିଲେ। ଏହି ସମୟରେ ୫୭ ରନ୍‌ କରିଥିବା ୱାର୍ଣ୍ଣରଙ୍କୁ ହରଭଜନ ସିଂହ ଆଉଟ୍‌ କରି ହାଇଦ୍ରାବାଦ୍‌ର ରନ୍‌ ସଂଗ୍ରହ ହାରରେ ବ୍ରେକ୍‌ ଲାଗଇଥିଲେ। ମନୀଷ ପାଣ୍ଡେ ଶେଷ ପର୍ଯ୍ୟନ୍ତ ୪୯ଟି ବଲ୍‌ରେ ୮୩ ରନ୍‌ କରି ଅପରାଜିତ ରହିଥିଲେ ହେଁ ଦଳ ମାତ୍ର ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୧୭୬ ରନ୍‌ର ଟାର୍ଗେଟ ପାଇଥିବା ଚେନ୍ନାଇ ଆରମ୍ଭରୁ ଓପନର ଫାଫ ଡୁପ୍ଲେସିସ୍‌ଙ୍କୁ ହରାଇଥିଲା। ତେବେ ଶେନ୍‌ ୱାଟସନ୍‌ ଓ ସୁରେଶ ରାଇନା ଦଳକୁ ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ରାଇନାଙ୍କୁ ରଶିଦ୍‌ ଖାନ୍‌ ଆଉଟ୍‌ କରି ଚେନ୍ନାଇକୁ ବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ।

ହେଲେ ଶେନ୍‌ ୱାଟସନ୍‌ ହାଇଦ୍ରାବାଦର ସମସ୍ତ ବୋଲରଙ୍କୁ କଡ଼ା ପ୍ରହାର କରି ଶତକ ଆଡ଼କୁ ଅଗ୍ରସର ହେଉଥିଲେ। ସେ ଶତକ ଠାରୁ ୪ ରନ୍‌ ଦୂରରେ ଥିବା ବେଳେ ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଦେଇଥିଲେ। ରାୟୁଡୁ ୨୫ ରନ୍‌ କରି ଶେଷ ଓଭର୍‌ରେ ଆଉଟ୍‌ ହୋଇଥିବା ବେଳେ କେଦାର ଯାଦବ(୧୧) ଶେଷ ଯାଏ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ।



from Odisha Reporter http://bit.ly/2UTMfbx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages