ମାଷ୍ଟରବ୍ଲାଷ୍ଟର ସଚିନ୍‌ @୪୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ମାଷ୍ଟରବ୍ଲାଷ୍ଟର ସଚିନ୍‌ @୪୬

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ‘ଭଗବାନ’ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ହେଉଛି ଏହି ମହାନ କ୍ରିକେଟରଙ୍କ ୪୬ତମ ଜନ୍ମଦିନ। ସଚିନ୍‌ ହେଉଛନ୍ତି ପ୍ରଥମ କ୍ରିକେଟର ଯିଏ, ଖେଳୁଥିବା ସମୟରେ ହିଁ ଭାରତ ରତ୍ନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କୁ ୨୦୧୩ରେ ଭାରତ ସରକାରଙ୍କ ପକ୍ଷରୁ କ୍ରିକେଟ୍‌ରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ତେନ୍ଦୁଲକର ଉଭୟ ଟେଷ୍ଟ ଓ ଦିନିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ ରଖିଛନ୍ତି। ଦିନିକିଆରେ ସଚିନ୍‌ ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ୨୦୧୦ରେ ଦ୍ୱିଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏହି ରେକର୍ଡ କରିଥିଲେ। ୨୦୧୨ରେ ସଚିନ୍‌ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶହେ ଶତକ ହାସଲ କରିଥିଲେ।

୧୯୭୩ ମସିହା ଆଜିର ଦିନରେ ସଚିନ୍‌ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟ୍‌(ଟେଷ୍ଟ,ଦିନିକିଆ ଓ ଟି-୨୦)ରେ ମୋଟ ୩୪,୩୫୭ ରନ୍‌ କରିଛନ୍ତି। ସେ ୧୬୪ ଥର ଅର୍ଦ୍ଧଶତକ ଓ ୧୦୦ ଥର ଶତକ ହାସଲ କରିଛନ୍ତି।

ଆଜି ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଜନ୍ମଦିନରେ ବିସିସିଆଇଠାରୁ ଆରମ୍ଭ କରି ସାଧାରଣ ଲୋକ ଏବଂ ସେଲିବ୍ରିଟିମାନେ ସଚିନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



from Odisha Reporter http://bit.ly/2UTMgfB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages