“ନିର୍ବାଚନ କମିଶନ୍‌ ୭୫ ଲକ୍ଷ ଦିଅନ୍ତୁ, ନହେଲେ କିଡନୀ ବିକ୍ରି ଅନୁମତି ଦିଅନ୍ତୁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

“ନିର୍ବାଚନ କମିଶନ୍‌ ୭୫ ଲକ୍ଷ ଦିଅନ୍ତୁ, ନହେଲେ କିଡନୀ ବିକ୍ରି ଅନୁମତି ଦିଅନ୍ତୁ”

ଭୋପାଲ: ପୂର୍ବତନ ସମାଜବାଦୀ ପାର୍ଟି ବିଧାୟକ ତଥା ଚଳିତ ଥର ସ୍ୱାଧୀନ ଭାବରେ ସାଂସଦ ପ୍ରାର୍ଥୀ ହୋଇଥିବା କିଶୋର ସମ୍ରାଇଟ୍‌ ନିର୍ବାଚନ କମିଶନ୍‌ଙ୍କୁ ଅନୁରୋଧ କରିଛନ୍ତି, ୭୫ ଲକ୍ଷ ଟଙ୍କା ଦିଅନ୍ତୁ ନଚେତ ମୋତେ କିଡ୍‌ନୀ ବିକିବାକୁ ଅନୁମତି ଦିଅନ୍ତୁ। କିଡ୍‌ନୀ ବିକ୍ରିରୁ ମିଳିବାକୁ ଥିବା ଟଙ୍କାରୁ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

ସେ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ପଠାଇଛନ୍ତି ଯେଉଁଥିରେ ଲେଖା ଅଛି, ନିର୍ବାଚନ କମିଶନ୍ ସାଂସଦ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ୭୫ ଲକ୍ଷ ନିର୍ଦ୍ଧାରଣ କରିଛନ୍ତି। ମୋ ପାଖରେ ଏତେ ଟଙ୍କା ନାହିଁ। ମୁଁ ଦାବି କରୁଛି ନିର୍ବାଚନ କମିଶନ ମୋତେ ୭୫ ଲକ୍ଷ ଟଙ୍କା ଦିଅନ୍ତୁ, ନଚେତ ବ୍ୟାଙ୍କକୁ ଋଣ ଦେବାକୁ କୁହନ୍ତୁ ଅଥବା ମୋତେ ମୋର କିଡ୍‌ନୀ ବିକିବାକୁ ଅନୁମତି ଦିଅନ୍ତୁ।

ସେ କହିଛନ୍ତି,”କ୍ୟାମ୍ପେନିଂ ପାଇଁ ମାତ୍ର ୧୫ ଦିନ ବାକି ଅଛି। ମୁଁ ଏତେ କମ୍‌ ଦିନରେ ଏତେ ଟଙ୍କା ସଂଗ୍ରହ କରିପାରିବିନି। ମୋ ବିପକ୍ଷରେ ଥିବା ପ୍ରାର୍ଥୀମାନେ ଦୁର୍ନୀତିଗ୍ରସ୍ତ, ସେମାନେ ସ୍ଥାନୀୟ ଲୋକଙ୍କଠାରୁ ଲୁଟ୍‌ କରିଛନ୍ତି। ମୁଁ ଏହି ଅଞ୍ଚଳର ଉନ୍ନତି କରିବାକୁ ଚାହେଁ।”



from Odisha Reporter http://bit.ly/2ImQjKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages