
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବିଜେପି ପ୍ରଚାର ଗାଡ଼ି ଚାଳକଙ୍କୁ ଆକ୍ରମଣ ହୋଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ତେଣ୍ଡାବାଡ଼ି ସ୍କୁଲ୍ ସାମ୍ମୁଖରେ ୬ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି।
ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଆଜି ସନ୍ଧ୍ୟାରେ ଏଠି ପ୍ରଚାର ସରିବ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ବିଜେପିର ଏକ ପ୍ରଚାର ଗାଡ଼ିକୁ ମାନସ ରାଉତ ଚଲାଇ ଯାଉଥିଲେ। ତେଣ୍ଡାବାଡ଼ି ସ୍କୁଲ୍ ସାମ୍ମୁଖରେ ୬ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିପାରି ନାହିଁ।
from Odisha Reporter http://bit.ly/2XeCbqj
No comments:
Post a Comment