ରାହୁଲଙ୍କ ନାଁରେ ମାନହାନି ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ରାହୁଲଙ୍କ ନାଁରେ ମାନହାନି ମାମଲା ରୁଜୁ

ଭୋପାଲ୍‌: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ଆଇନଗତ ଲଢ଼େଇ ଜଟିଳ ହେବାରେ ଲାଗିଛି। ନିଜ ତୁଣ୍ଡରେ ଲଗାମ ଲଗାଇବାରେ ବିଫଳ ହୋଇଥିବା ରାହୁଲଙ୍କ ନାଁରେ ଆଜି ମଧ୍ୟପ୍ରଦେଶର ଭୋପାଲ୍‌ କୋର୍ଟରେ ମାନହାନି ମାମଲା ରୁଜୁ କରାଯାଇଛି।

ସେହିପରି ବିହାରର ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ରାହୁଲଙ୍କ ବିରୋଧରେ ସମାନ ବୟାନ ପାଇଁ କୋର୍ଟରେ ମାନହାନି ମାମଲା ରୁଜୁ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ରାହୁଲ ସବୁ ମୋଦି ଚୋର ବୋଲି ବୟାନ ଦେଇ ସମସ୍ତଙ୍କୁ ଅପମାନିତ କରିଛନ୍ତି। ଏହା ବିରୋଧରେ ମୁଁ ଆସନ୍ତା ଦୁଇ ଦିନ ମଧ୍ୟରେ ପାଟନା ହାଇକୋର୍ଟରେ ମାନହାନି ମାମଲା ରୁଜୁ କରିବି।

ରାହୁଲ କିଛି ଦିନ ତଳେ ‘ସବୁ ମୋଦି ଚୋର’ ବୋଲି ସର୍ବସାଧାରଣରେ କହିଥିବାରୁ ତାଙ୍କ ବିରୋଧରେ ଏଭଳି ମାନହାନି ମାମଲା ରୁଜୁ କରାଯାଇଛି। ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟକୁ ଭୁଲ ଭାବେ ଉପସ୍ଥାପନ କରି ବୟାନ ଦେଇଥିବା ରାହୁଲଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ସାରିଛନ୍ତି। ତା’ ପରେ ଏବେ ଏଭଳି  ମାନହାନି ମାମଲା ରାହୁଲଙ୍କ ଅଡ଼ୁଆକୁ ବଢ଼ାଇ ଦେଇଛି।

ଭୋପାଲ କୋର୍ଟରେ ମାମଲା ରୁଜୁ କରିଥିବା ପ୍ରଦୀପ ମୋଦି କହିଛନ୍ତି, “ରାହୁଲ ଗାନ୍ଧିଙ୍କ ଲଗାମ ବିହୀନ ବୟାନ ଯୋଗୁ ମୋ ସମ୍ମାନରେ କ୍ଷତି ପହଞ୍ଚିଛି। ଏହି ବୟାନ ପରେ ସବୁ ଲୋକ କହୁଛନ୍ତି କ’ଣ ସତରେ ସବୁ ମୋଦି ନାମଧାରୀ ଚୋର ଅଟନ୍ତି? ଏହା ମୋତେ ବହୁତ ବାଧିବାରୁ ମୁଁ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛି।” କୋର୍ଟ ଏହା ଉପରେ ମେ’ ୧ରେ ଶୁଣାଣି କରିବେ।

କର୍ଣ୍ଣାଟକାରେ ରାହୁଲ ଏପ୍ରିଲ ୧୩ରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ସମୟରେ କହିଥିଲେ, “ ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି। କ’ଣ ପାଇଁ ସବୁ ଚୋରଙ୍କ ନାଁ ମୋଦି? ସେ ନିରବ ମୋଦି ହୁଅନ୍ତୁ କି ଲଳିତ ମୋଦି କିମ୍ବା ନରେନ୍ଦ୍ର ମୋଦି, ଆମେ ଜାଣିନାହୁଁ ଆଗକୁ ଏମିତି କେତେଜଣ ମୋଦି ସାମ୍ନାକୁ ଆସିବେ?”

ପ୍ରମୋଦ ମୋଦିଙ୍କ ପକ୍ଷରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରମୋଦ ସକ୍ସେନା କହିଛନ୍ତି, “ରାହୁଲଙ୍କର ବୟାନବାଜି ଯାହା ବିରୋଧରେ ଅଛି ନିର୍ଦ୍ଦିଷ୍ଟ ଭାବେ ସେ ତାଙ୍କୁ ଟାର୍ଗେଟ କରନ୍ତୁ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଏଭଳି ଚୋର କହିବା ଆଦୌ ଗ୍ରହଣୀୟ ନୁହେଁ। ଆଜି କୋର୍ଟକୁ ମୋ ମହକିଲ ଆସିବା ସମୟରେ ତାଙ୍କୁ ଦେଖି କିଛି ଲୋକ ପରିହାସ କରିଥିଲେ। ଏହା ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛି। ରାହୁଲ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ନିଜର ରାଜନୀତିକ ଫାଇଦା ପାଇଁ ଚୋର ବୋଲି କହିପାରିବେ ନାହିଁ।”



from Odisha Reporter http://bit.ly/2XeC9yH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages