
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ମତଦାନ ବେଳେ ବୁଥ୍ ବାହାରେ ଗଣ୍ଡଗୋଳ ହୋଇଛି। ଦୁଇ ଦଳର ସମର୍ଥକଙ୍କ ଭିତରେ ଗଣ୍ଡଗୋଳ ଘଟି ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରରେ ଏକ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସୁରକ୍ଷା ଦୃଷ୍ଟିରେ ବୁଥ୍ର ଚାରି ପାର୍ଶ୍ୱରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ବୋଲଗଡ଼ କଳାଙ୍ଗ ପଞ୍ଚାୟତର ୧ ନମ୍ବର ବୁଥରେ ଏକ ନିର୍ଦ୍ଦିଷ୍ଟ ଦଳ ରିଗିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇ ପ୍ରତିପକ୍ଷ ଦଳର କର୍ମୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ବିରୋଧ କରିଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ପୁଲିସ ବଳୟ ଭିତରେ ସମ୍ପୃକ୍ତ ବୁଥରେ ମତଦାନ ଚାଲିଥିବା ଜଣାପଡ଼ିଛି।
from Odisha Reporter http://bit.ly/2Ds4hqA
No comments:
Post a Comment