ନିଜ ମୁକ୍ତି ପାଇଁ ନିଜେ ହିଁ ଲାଗ, ଜାଗରେ ନାରୀ ଶକ୍ତି ଜାଗ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ନିଜ ମୁକ୍ତି ପାଇଁ ନିଜେ ହିଁ ଲାଗ, ଜାଗରେ ନାରୀ ଶକ୍ତି ଜାଗ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାରିକାନ୍ଥ ଘେରା ଘରୁ ବାହାରି…ନୂଆ ଦୁନିଆର ଆଲୋକ ହୋଇ…ନିଜ ମୁକ୍ତି ପାଇଁ ନିଜେ ହିଁ ଲାଗ…
ଜାଗରେ…. ନାରୀ ଶକ୍ତି ଜାଗ…ଜାଗରେ….ନାରୀ ଶକ୍ତି ଜାଗ…

ଏମିତି ଗୀତରେ ଆରମ୍ଭ କରିଥିଲେ ନିଜର ଭାଷଣ। ବେଶ ଗାଉଁଲି, ଭାଷଣ ଗାଉଁଲି…ତଥାପି ସଭା ସ୍ଥଳରେ ଥିବା ଶହ ଶହ ମହିଳା ହାତ ଟେକି, ହୁଳହୁଳି ପକାଇ ଉତ୍ସାହିତ କରୁଥାନ୍ତି। ଏଇ ଗାଉଁଲି ନେତା ହେଉଛନ୍ତି ଆସ୍କା ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ପ୍ରମିଳା ବିଷୋଇ। ସମସ୍ତଙ୍କର ପ୍ରମିଳା ମାଉସୀ। ଆଉ କାଲି ଜିତିଗଲ ହେବେ ମାନ୍ୟବର ସାଂସଦ।

ଆଗରେ ଥିଲେ ଲକ୍ଷାଧିକ ଜନତା। ପଛରେ ମଞ୍ଚାସୀନ ଥିଲେ ବିଜେଡିର ବଡ ବଡ଼ ନେତା। ମାଇକ୍ରୋଫୋନ ପାଖରେ ଛିଡା ହୋଇଥିଲେ ପ୍ରମିଳା । ବାର୍ଦ୍ଧକ୍ୟରେ ବି ତାଙ୍କ ମୁହଁରେ ଥିଲା ଦାମ୍ଭିକତା। କଥା କହି ଆସୁନଥିଲେ ବି ମୁହଁରେ ଭୟ ବା ହତାଶା ଭାବ ନ ଥିଲା। ଭାଷଣ ଦେଉଥିଲେ। ଏକଦମ୍‌ ସର୍ଟକର୍ଟ ଭାଷଣ । ଗୋଟିଏ କଥା, ଭାଷା ଅଲଗା। ତା ପୁଣି ଅଧା ଖଣ୍ଡିଆ। ସେଇ ଚିରାଚରିତ ଡାଇଲଗ୍‌…
ମା’ ଭଉଣୀମାନେ..ଆମେ ନାରୀଶକ୍ତି। ଆମେ ଏକାଠି ହୋଇ ଆଗକୁ, ଉପରକୁ ଯିବା..ନବୀନ ବାବୁଙ୍କ ହାତମୁଠା ଟାଣ କରିବା । ତେଣୁ ସମେସ୍ତ ଆସ ଉପରକୁ ଯିବା।

ଆପଣ ଜିତିଲେ କ’ଣ କରିବେ ବୋଲି କହିଲେ ପଚାରିଲେ କହନ୍ତି ଗୋଟିଏ କଥା କହନ୍ତି ମୁଁ ଚାଷୀର ଝିଅ । ଚାଷୀଙ୍କ କଥା କହିବି। ଚାଷୀମାନେ କେମିତି ହଇରାଣ ହେଉଛନ୍ତି ସେ କଥା କହିବି।
ପାଠ କଥା କହିଲେ ନିର୍ଭିକତାର ସହ କୁହନ୍ତି,
“ମୁଁ ଓଡ଼ିଆ ପଢି ଶିଖିଛି, ଲେଖି ଶିଖିଛି। ପାର୍ଲାମେଣ୍ଟରେ ମୁଁ ଓଡ଼ିଆ ଭାଷାରେ ସବୁ କହିବି । ଚାଷୀଙ୍କ କଥା କହିବି। ମହିଳା ମା’ ମାନଙ୍କ ଉନ୍ନତି କଥା କହିବି।”

ଆଉ ନବୀନ ବାବୁଙ୍କ କଥା ଉଠିଲେ ପ୍ରଶଂସାରେ ଶତମୁଖ ହୋଇଉଠନ୍ତି ସେ। ସଭାସମିତିରେ ଭାଷଣ ଦେବାବେଳେ କର୍ମୀମାନେ ଯିତେବେଳେ ତାଙ୍କୁ କୁହନ୍ତି ମାଉସୀ ଗୀତଟିଏ ଶୁଣାଇବନି….ମାଉସୀ ଶୁଣାନ୍ତି ନବୀନ ବାବୁଙ୍କ ଗୀତଟିଏ।
ଗାଉଁଲି ହେଲେ ବି ପ୍ରମିଳାଙ୍କ ପ୍ରତି ଲୋକସମର୍ଥନ ଯେ ରହିଛି ତାହା ତାଙ୍କର ସାଧାରଣ ସଭାଟିଏ ଦେଖିଲେ ଜାଣି ହେଉଛି। ତେବେ ଦେଖାଯାଉ, ନିର୍ବାଚନ ଫଳାଫଳ କଣ କହୁଛି !



from Odisha Reporter http://bit.ly/2VKt2oR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages