ଆସନ୍ତାବର୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ସାମିଲ ହେବ ଭାରତୀୟ ହକି ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଆସନ୍ତାବର୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ସାମିଲ ହେବ ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଏଫ୍‌ଆଇ ଏଚ୍‌ ପ୍ରୋ ଲିଗ୍‌ ହକି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇ ନଥିବା ଆସନ୍ତା ବର୍ଷ ଏଥିରେ ସାମିଲ ହେବ। ଭାରତର ଏଭଳି ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ହକି ସଂଘ(ଏଫ୍‌ଆଇ ଏଚ୍‌) ପକ୍ଷରୁ ସ୍ୱାଗତ କରାଯାଇଛି। ଏଫ୍‌ଆଇଏଚ୍‌ର କାର୍ଯ୍ୟନିର୍ବାହୀ ବୈଠକ ପରେ ଜାରି ବିବୃତି ଅନୁସାରେ, ୨୦୨୦ରୁ ଆରମ୍ଭ ହେଉଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ହକି ଟିମ୍‌ ସାମିଲ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି।”

୨୦୧୭ ଜୁଲାଇ ମାସରେ ହିଁ ଭାରତୀୟ ହକି ମହାସଂଘ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ଓ ମହିଳା ଟିମ୍‌କୁ ସାମିଲ କରିବ ନାହିଁ ବୋଲି କହିଥିଲା। ତେବେ ଏହାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ମହାସଂଘ ପକ୍ଷରୁ କିଛି କୁହାଯାଇ ନଥିଲା।

ଜାନୁଆରୀ ମାସରେ ରାଉଣ୍ଡ ରବିନ୍‌ ଫର୍ମାଟରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୯ଟି ଟିମ୍‌କୁ ନେଇ ଆରମ୍ଭ ହୋଇଥିଲା। ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୪ଟି ଟିମ୍‌ ସିଧାସଳଖ ଏଫ୍‌ଆଇଏଚ୍‌ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଭାରତ ହକି ୱାର୍ଲଡ ଲିଗ୍‌ ଖେଳି ଅଲିମ୍ପିକ ଯିବାକୁ ଲକ୍ଷ୍ୟ ରଖିଛି।



from Odisha Reporter http://bit.ly/2DdOAmI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages