
ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଆହତ ଥିବା କାରଣରୁ ଆସନ୍ତା ଡାଇମଣ୍ଡ ଲିଗ୍ ଖେଳି ନପାରନ୍ତି। ତାଙ୍କ କହୁଣୀରେ ଆଘାତ ଲାଗିଥିବାରୁ ଡାଇମଣ୍ଡ ଲିଗ୍ ପୂର୍ବରୁ ସେ ସୁସ୍ଥ ହେବାର ଆଶା କମ୍। ତେଣୁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନ ପାରନ୍ତି ବୋଲି ମୁଖ୍ୟ ଜାତୀୟ କୋଚ୍ ୱେ ହୋନ କହିଛନ୍ତି।
ସେ କହିଛନ୍ତି, “ନୀରଜଙ୍କ କହୁଣୀରେ ଲାଗିଥିବା ଆଘାତ କେତେ ଗମ୍ଭୀର, ସେକଥା ଜାଣିବା ପାଇଁ ଆହୁରି ଗୋଟିଏ ସପ୍ତାହ ଲାଗିବ। ଏହାପରେ ଏହାକୁ ଅପରେଶନ୍ କରାଯିବ କି ନାହିଁ, ସେକଥା ନିଷ୍ପତ୍ତି ନିଆଯିବ।
ଏବେ ନୀରଜଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ସେ ଅପରେଶନ କରିବାକୁ ରାଜି ହୋଇ ପାରନ୍ତି କିମ୍ବା ରିହ୍ୟାବ ମାଧ୍ୟମରେ ନିଜକୁ ସୁସ୍ଥ କରିପାରନ୍ତି। ସେ ଗତକାଲି ଚଣ୍ଡିଗଡ଼ଠାରେ ମେଡିକାଲ ବିଶେଷଜ୍ଞଙ୍କ ସହ କଥା ହୋଇଛନ୍ତି, ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ୍ ଶୀଘ୍ର ନିଆଯିବ। କେବଳ ଡାଇମଣ୍ଡ ଲିଗ୍ ନୁହେଁ, ଏପ୍ରିଲ ୨୧ରୁ ଆରମ୍ଭ ହେଉଥିବା ଦୋହା ଏସିଆନ୍ ଚାମ୍ପିୟନଶିପ୍ରେ ମଧ୍ୟ ସେ ଭାଗ ନେଇ ନପାରନ୍ତି। ଡାଇମଣ୍ଡ ଲିଗ୍ ମେ’ରୁ ଜୁନ୍ ମାସ ମଧ୍ୟରେ ଆରମ୍ଭ ହେବ।
from Odisha Reporter http://bit.ly/2DiiQgf
No comments:
Post a Comment