ଶୈଳେଶ ସିଂହଙ୍କ ମୃତ୍ୟୁକୁ ନେଇ ରାଜନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଶୈଳେଶ ସିଂହଙ୍କ ମୃତ୍ୟୁକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍‌ କର୍ମଚାରୀ ଶୈଳେଶ ସିଂଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର ଧରିଛି। ଏହି ଆତ୍ମହତ୍ୟା ପାଇଁ କଂଗ୍ରେସ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛି। ଶୈଳେଶ ଓ ତାଙ୍କ ପୁଅ ଜେଟ୍ ଏୟାରେୱେଜରେ ଚାକିରି କରୁଥିଲେ କିନ୍ତୁ ଦୀର୍ଘ ଦିନ ଧରି ଦରମା ନମିଳିବାରୁ ଚାପରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ ଘଟଣାର ଛାନଭିନ୍‌ ଚାଲିଥିବା ବେଳେ ଏଯାଏ ଶୈଳଶଙ୍କ ସୁଇସାଇଡ ନୋଟ୍‌ ଠାବ ହୋଇପାରି ନାହିଁ। ସେହିପରି ସେ ଗତ ୩ ବର୍ଷ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଛି। ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ୍‌ ସନ୍ଦେହ କରୁଛି।

ସେପଟେ ନ୍ୟାଶନାଲ ଆଭିଏସନ୍ ଗିଲ୍ଡର ଉପସଭାପତି ମଧ୍ୟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଯଦି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ନ କରିବେ, ତା’ହେଲେ ଆଗକୁ ଏମିତି ଘଟଣା ଘଟିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2IOuDao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages