
କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ୍ ଶର୍ମା ଚତୁର୍ଥ ଅଧିନାୟକ ଭାବେ ଆଇପିଏଲରେ ୧୦୦ତମ ମ୍ୟାଚରେ ନେତୃତ୍ୱ ନେବାର ଗୌରବ ଅର୍ଜନ କରିଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନି, ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ସହ ଏଲିଟ୍ ଲିଷ୍ଟ ସ୍ଥାନ ପାଇଛନ୍ତି।
ରବିବାର ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଡର୍ସ ବିପକ୍ଷ ମ୍ୟାଚରେ ରୋହିତ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ରୋହିତ ୯୯ ମ୍ୟାଚରେ ନେତୃତ୍ୱ ନେଇ ୫୮.୦୮ ହାରରେ ୫୭ ବିଜୟ ହାସଲ କରିଛନ୍ତି।
ଆଇପିଏଲରେ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେଇଛନ୍ତି ଧୋନି। ଧୋନି ୧୬୯ ମ୍ୟାଚରେ ଚେନ୍ନାଇ ଟିମର ନେତୃତ୍ୱ ନେଇଥିବା ବେଳେ ଏହା ପରକୁ ଗୌତମ ଗମ୍ଭୀର ୧୨୯ ମ୍ୟାଚ୍ ଏବଂ କୋହଲି ୧୦୮ ମ୍ୟାଚରେ ନେତୃତ୍ୱ ନେଇଛନ୍ତି।
from Odisha Reporter http://bit.ly/2vnpkGq
No comments:
Post a Comment