
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ମତଦାନ ଚାଲିଥିବା ବେଳେ ବୁଥ୍ରେ ଟଳିପଡ଼ିଲେ ପୋଲିଂ କର୍ମଚାରୀ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୧ ନମ୍ବର ବୁଥରେ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ହିନ୍ଦୋଳ ଅଞ୍ଚଳର ନବକିଶୋର ନାୟକ ତୃତୀୟ ପର୍ଯ୍ୟାୟ ପୋଲିଂ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ। ଆଜି ସେ ବୁଥ୍ରେ ନିଜ କାମ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କାମାକ୍ଷାନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
from Odisha Reporter http://bit.ly/2DthQpz
No comments:
Post a Comment