ଅଡ଼ୁଆରେ ରାହୁଲ ଗାନ୍ଧି, ସୁପ୍ରିମକୋର୍ଟ ପଠାଇଲେ ଅବମାନନା ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଅଡ଼ୁଆରେ ରାହୁଲ ଗାନ୍ଧି, ସୁପ୍ରିମକୋର୍ଟ ପଠାଇଲେ ଅବମାନନା ନୋଟିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁପ୍ରିମକୋର୍ଟ ‘ଚୌକିଦାର ଚୋର ହୈ’ କହିଛନ୍ତି ବୋଲି କହି ଅଡ଼ୁଆରେ ପଡ଼ିଯାଇଛନ୍ତି ରାହୁଲ ଗାନ୍ଧି। ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବାରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଜରିଆରେ ଅନୁତାପ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଟ୍ୱିଟ୍ କରିଥିବା ମନ୍ତବ୍ୟ ଏବଂ ପ୍ରଚାର ବେଳେ ‘ଚୌକିଦାର ଚୋର ହୈ’ ବୋଲି ଯେଉଁ ବକ୍ତବ୍ୟ ରଖିଥିଲେ ସେମିତି କିଛି ରାୟ ସୁପ୍ରିମକୋର୍ଟ ଦେଇ ନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ସ୍ୱୀକାର କରିଥିଲେ। ନିର୍ବାଚନୀ ପ୍ରଚାର ସଭାରେ ସେ ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି ରାଫେଲ ମାମଲାରେ କୋର୍ଟଙ୍କ ରାୟକୁ କଦର୍ଥ କରି କୋର୍ଟ ମଧ୍ୟ ‘ଚୌକିଦାର ଚୋର’ ମାନିଥିବା କହିଥିଲେ ରାହୁଲ। ଏମିତିକି କଂଗ୍ରେସ ଏହାକୁ ନିର୍ବାଚନୀ ନାରା କରିସାରିଛି।

ତେବେ ସେ ଟ୍ୱିଟ୍ କିମ୍ବା ନାରା ଦେଲାବେଳେ’ଚୌକିଦାର୍ ଚୋର୍ ହୈ’ କହିଚାଲିବେ ବୋଲି ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଆଜି ରାହୁଲ ଗାନ୍ଧିଙ୍କୁ କୋର୍ଟ ଅବମାନନା ନୋଟିସ ପଠାଇଛନ୍ତି। ଏପ୍ରିଲ ୩୦ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲା ସହିତ ରାଫେଲ ଡିଲର ଶୁଣାଣି କରିବେ ବୋଲି କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ସଞ୍ଜୀଭ ଖାନ୍ନା ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।

ବିଜେପି ନେତ୍ରୀ ମିନାକ୍ଷୀ ଲେଖିଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ମାମାଲାରେ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ରାହୁଲ ଗାନ୍ଧି ମାନିଛନ୍ତି ଯେ ସେ ଦେଇଥିବା ମନ୍ତବ୍ୟ ଭୁଲ ଥିଲା। ହେଲେ ସେ ଏଥିପାଇଁ କେବଳ ‘ଅନୁତାପ’ କରିଛନ୍ତି। ହେଲେ ୱାୟନାଡ଼ ଓ ଆମେଠିରେ ପ୍ରଚାର ବେଳେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ‘ଚୌକିଦାର’ ବୋଲି ଦର୍ଶାଇଥିଲେ। ‘ଚୌକିଦାର ଚୋର ହୈ, ନରେନ୍ଦ୍ର ମୋଦି ଚୌକିଦାର ହୈ’ ବୋଲି ରାହୁଲ ଗାନ୍ଧି କହିଥିଲେ। ତେଣୁ ଏକ ଜାତୀୟ ଦଳର ସଭାପତି ବିନା ପ୍ରମାଣରେ ଏଭଳି ମନ୍ତବ୍ୟ ଦେବା ସାଧାରଣ ଭୁଲ ନୁହେଁ ବୋଲି ଆଇନଜୀବୀ ମୁକଲ ରୋହତଗି କହିଥିଲେ।

ସେହିପରି ରାହୁଲ ଗାନ୍ଧିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘବୀ କୋର୍ଟରେ ପକ୍ଷ ରଖି କହିଥିଲେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟଙ୍କ ଶୁଣାଣିକୁ କଦର୍ଥ କରିଥିବାରୁ ସେ ଅନୁତପ୍ତ। ତେବେ ଦୀର୍ଘ ୧୮ ମାସ ହେବ ‘ଚୌକିଦାର’ ଗୋଟିଏ ରାଜନୀତିକ ଶବ୍ଦରେ ପରିଣତ ହୋଇଛି। ତେଣୁ ‘ଚୌକିଦାର ଚୋର ହୈ’ ନାରାରେ ରାହୁଲ ଗାନ୍ଧି କାଏମ ରହିଛନ୍ତି ବୋଲି ତାଙ୍କ ଓକିଲ ସିଙ୍ଘଭୀ କହିଛନ୍ତି।

ଏଥିସହ ରାଫେଲ ମାମଲାରେ ସୁପ୍ରିମକୋର୍ଟ ସରକାରକୁ କ୍ଲିନ ଚିଟ୍ ଦେଇଛି ବୋଲି ବିଜେପି ଚାରିଆଡ଼େ କହୁଛି । ହେଲେ ଏଯାଏ ମାମଲା ବିଚାରାଧୀନ ଥିବା ବେଳେ ବିଜେପିର ଏପରି ନାରାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ରାଫେଲ ମାମଲାରେ ଗତ ଶୁଣାଣିରେ କହିଥିଲେ ‘ଦି ହିନ୍ଦୁ’ ଖବର କାଗଜ ଯେଉଁ ଦସ୍ତାବିଜ୍ ରାଫେଲ୍ ଡିଲ୍ ସଂକ୍ରାନ୍ତରେ ଛାପିଛି ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବ। ଯାହାକୁ କଦର୍ଥ କରି ରାହୁଲ ଗାନ୍ଧି କହିଥିଲେ ‘ଚୌକିଦାର ଚୋର ହୈ’ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଫେଲ୍ ଡିଲରେ ପିଏମଓଙ୍କ ହସ୍ତକ୍ଷେପ ପରେ ଅମ୍ୱାନୀଙ୍କୁ ଏହି ଡିଲରେ ଫାଇଦାଦିଆଯାଇଛି। ଡିଲ ପଛରେ କିଛି ଗଡ଼ବଡ଼ ଥାଇପାରେ ବୋଲି ସଂପୃକ୍ତ ଖବରକାଗଜ କହିଥିଲା। ଏହାପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିବା ଡିଲ୍ ସଂକ୍ରାନ୍ତ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ସମ୍ପୃକ୍ତ ଦସ୍ତାବିଜକୁ ବିଚାରକୁ ନିଆଯାଇ ପାରିବ ବୋଲି କହିଥିଲେ। ତେବେ ରାହୁଲ ଗାନ୍ଧି ଏହି ରାୟକୁ ନେଇ କହିଥିଲେ ‘ସୁପ୍ରିମକୋର୍ଟ ମାନିଲେ ରାଫେଲ୍ ଡିଲରେ ଦୁର୍ନୀତି ହୋଇଛି’।

ଯାହାକୁ ନେଇ ନୂଆଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖୀ ପ୍ରଶ୍ନ ଉଠାଇଥିଲେ ଏବଂ ଏହା ଦ୍ଵାରା କୋର୍ଟଙ୍କ ଅବମାନନା ହୋଇଛି ବୋଲି ଦର୍ଶାଇ ମୀନାକ୍ଷୀ ଲେଖା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରି ରାହୁଲ ଗାନ୍ଧିଙ୍କୁ ନୋଟିସ ପଠାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ଭଳି କୌଣସି ଶବ୍ଦ କହିନଥିଲେ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।



from Odisha Reporter http://bit.ly/2W0iDFL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages