ପନ୍ତଙ୍କୁ ଏମିତି ୱେଲକମ୍ କଲେ ସୌରଭ ଗାଙ୍ଗୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ପନ୍ତଙ୍କୁ ଏମିତି ୱେଲକମ୍ କଲେ ସୌରଭ ଗାଙ୍ଗୁଲି

ଜୟପୁର: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତାଇବା ପରେ ଋଷଭ ପନ୍ତ ବହୁତ ଉତ୍ସାହିତ ଅଛନ୍ତି। ମ୍ୟାଚ୍ ପରେ ଦିଲ୍ଲୀ ଟିମର ଆଡଭାଇଜର୍ େସୌରଭ ଗାଙ୍ଗୁଲି ପନ୍ତଙ୍କୁ ନିଆରା ଢ଼ଙ୍ଗରେ ୱେଲକମ୍ କରିଥିଲେ।

ପନ୍ତ ଯେତେବେଳେ ଦିଲ୍ଲୀକୁ ମ୍ୟାଚ୍ ଜିତାଇ ଫେରୁଥିଲେ, ସେହି ସମୟରେ ତାଙ୍କୁ ନିଜ କୋଳରେ ଉଠାଇ ନେଇଥିଲେ। ମ୍ୟାଚ୍ ପରେ ପନ୍ତ କହିଥିଲେ, ରାଜସ୍ଥାନ ବିପକ୍ଷ ୬ ୱିକେଟରେ ମ୍ୟାଚ୍ ଜିତିବା ପରେ ଯେତେବେଳେ ସୌରଭ ଗାଙ୍ଗୁଲି ତାଙ୍କୁ ଉଠାଇଥିଲେ, ତାହା ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଥିଲା।

ପନ୍ତ ଏହି ମ୍ୟାଚରେ ଅପରାଜିତ ୭୮ ରନର ଇନିଂସ୍ ଖେଳିଥିଲେ ଏବଂ ଛକା ମାରି ଦିଲ୍ଲୀକୁ ଜିତାଇଥିଲେ। ଏହି ରୋମାଞ୍ଚକର ମ୍ୟାଚ୍ ଜିତିବା ପରେ ଭାରତର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆଡଭାଇଜର୍ ଗାଙ୍ଗୁଲି ଖୁସିରେ ମଇଦାନ ଭିତରକୁ ଯାଇ ପନ୍ତଙ୍କୁ ଉଠାଇ ନେଇଥିଲେ।

ଏହି ସମୟରେ ତାଙ୍କ ନିକଟରେ ପୃଥ୍ୱୀ ଶ’ ଉପସ୍ଥିତ ଥିଲେ। ମ୍ୟାଚ୍ ପରେ ନିଜ ସାଥୀ ଖେଳାଳି ପୃଥ୍ୱୀ ଶ’ଙ୍କ ସହ କଥା ହେଉଥିବା ସମୟରେ ପନ୍ତ କହିଥିଲେ, “ସୌରଭ ସାର୍ ମୋତେ ଯେଉଁଭଳି କୋଳରେ ଉଠାଇଲେ, ତାହା ଏହ ଭିନ୍ନ ଅନୁଭୂତି ଥିଲା।’



from Odisha Reporter http://bit.ly/2W2HBV0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages