ବିଜେପି ପ୍ରାର୍ଥୀ କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ବିଜେପି ପ୍ରାର୍ଥୀ କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା କଣାସ ବ୍ଲକ୍ ଦୋଛିଆଁ ବୁଥ୍ ନିକଟରେ ବିଜେପି ପ୍ରାର୍ଥୀ କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ବିଜେଡିର ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଦୋଛିଆଁ ବୁଥରେ ବିଜେପିର ଏଜେଣ୍ଟଙ୍କୁ  ପ୍ରବେଶ କରିବାକୁ ଦେଇ ନ ଥିଲେ। ଏପରିକି ଏହି ବୁଥରେ ରିଂଗି କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦ କରିବାକୁ ଯାଇଥିବା ବେଳେ କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ଉମା ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ,ଗତ ୨୧ ତାରିଖରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଜଗନ୍ନାଥ ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ଘଟଣା ପାଇଁ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କରିଥିଲେ ଜଗନ୍ନାଥ।



from Odisha Reporter http://bit.ly/2IRTuJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages