ଭୁବନେଶ୍ୱରର ବିଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ଅବ୍ୟବସ୍ଥା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଭୁବନେଶ୍ୱରର ବିଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ଅବ୍ୟବସ୍ଥା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବୁଥ୍‌ରେ ଦିବ୍ୟାଙ୍ଗମାନଙ୍କ ପାଇଁ ଭୋଟଦାନରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ବିଶ୍ୱାଳ।

ବିଭିନ୍ନ ବୁଥରେ ଦିବ୍ୟାଙ୍ଗମାନେ କିଭଳି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ସେ ଭୁବନେଶ୍ୱରର ପ୍ରାୟ ୧୦ରୁ ୧୨ଟି ବୁଥ ବୁଲିବା ପରେ ଅନେକ ବୁଥରେ ଚରମ ଅବ୍ୟବସ୍ଥା ଦେଖିବାକୁ ପାଇଥିବା କହିଛନ୍ତି।

କେଉଁଠି ହ୍ୱିଲ ଚେୟାରର ଅଭାବ ତ, ଆଉ କେଉଠି ରାମ୍ପ ଥିଲେ ବି ସେଯାଏଁ ଯିବାକୁ ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ କରିଛନ୍ତି ଜିତେନ୍ଦ୍ର। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପୁଣି ଅବଗତ କରାଇବେ ବୋଲି ମଧ୍ୟ ସେ କହିଛନ୍ତି।



from Odisha Reporter http://bit.ly/2GAgZFv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages