କାହା ଭାଗ୍ୟରେ କେନ୍ଦ୍ରାପଡ଼ା ? ମଇଦାନରେ ନେତା-ଅଭିନେତା ଓ ଆଇନଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

କାହା ଭାଗ୍ୟରେ କେନ୍ଦ୍ରାପଡ଼ା ? ମଇଦାନରେ ନେତା-ଅଭିନେତା ଓ ଆଇନଜୀବୀ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ଏପ୍ରିଲ ୨୯ରେ ହେବାକୁ ଥିବା ରାଜ୍ୟର ଶେଷ ୬ ଲୋକସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚାରେ ଅଛି କେନ୍ଦ୍ରାପଡ଼ା । ଏଠି ହେଉଛି ନେତା-ଅଭିନେତା ଓ ଆଇନଜୀବୀ ମଧ୍ୟରେ ଟକ୍କର। ସବୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ହେଭିୱେଟ୍‌ ନେତା। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗତ ୧୦ ବର୍ଷର ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଭୋଟ୍ ମାଗୁଥିବାବେଳେ ପ୍ରତ୍ୟକ୍ଷ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ତଥା ବିଜେଡି ପ୍ରାର୍ଥୀ ଅନୁଭବଙ୍କ ପାଇଁ ଭରସା କେବଳ ବ୍ରାଣ୍ଡ ନବୀନ। ଆଉ ମାଟିର ପୁଅ ନାରାକୁ ଅସ୍ତ୍ର କରିଛନ୍ତି କଂଗ୍ରେସର ଧରଣୀଧର ନାୟକ।

ତେବେ କେନ୍ଦ୍ରାପଡ଼ାରେ ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ମୁଦ୍ଦାକୁ ଧରି ଭୋଟରଙ୍କ ମନ ଜିଣିବାକୁ ପ୍ରଚାରକୁ ସେତିକି ଘମାସାନ କରିବାରେ ଲାଗିଛନ୍ତି ।

ବିଜେପିରୁ ଏଥର ଏଠି ପ୍ରାର୍ଥୀ ହୋଇଥିବା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର ଲାଗି ବିଜେପି ଷ୍ଟାର କ୍ୟାମ୍ପେନରଙ୍କ ଲାଇନ୍ ଲାଗିଛି । ରେଳମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି ଓ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୈଜୟନ୍ତଙ୍କ ଲାଗି ଭୋଟ୍ ମାଗି ଫେରିଥିବାବେଳେ ଶେଷରେ ଆସିବେ ଦଳର ଆଉ ଜଣେ ହେଭିୱେଟ୍ ତଥା ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ତେଣେ ବୈଜୟନ୍ତ ବି ପ୍ରତିଦିନ ରୋଡ୍ ଶୋ’ ଓ ରାଲିରେ ଗାଁ ଗାଁ ବୁଲି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି।

୨ଟି ଟର୍ମରେ ହୋଇଥିବା ବିକାଶକୁ ମୁଖ୍ୟ ମୁଦ୍ଦା କରିଛନ୍ତି ବୈଜୟନ୍ତ। ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଥିବା ୫୭ଟି ଓଭର ହେଡ୍ ପାଣିଟାଙ୍କି, ୨୪ଟି ମିନି ଷ୍ଟାଡିୟମ, ୧୫ଟି ବହୁମୁଖୀ ଆଶ୍ରୟସ୍ଥଳ, ହରିଦାସପୁର-ପାରାଦୀପ ରେଳଲାଇନ୍ କାର୍ଯ୍ୟ ଆରମ୍ଭ ଓ ଧାମରା ବନ୍ଦରକୁ ଜାତୀୟ ରାଜପଥ ସଂଯୋଗ ଇତ୍ୟାଦିକୁ ଫୋକସ୍ ସହ ଆଗକୁ କେନ୍ଦ୍ରାପଡ଼ାକୁ ଶିଳ୍ପ ସମୃଦ୍ଧ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି। ସେପଟେ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତା ଅନୁଭବଙ୍କ ପାଇଁ ଉଭୟ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଓ ପ୍ରତ୍ୟକ୍ଷ ରାଜନୀତି ଦୁଇଟି ଯାକ ନୂଆ ହୋଇଥିବାରୁ, ତାଙ୍କ ପାଇଁ ସାହା କେବଳ ବ୍ରାଣ୍ଡ ନବୀନ ଓ ରାଜ୍ୟ ସରକାରଙ୍କ ଯୋଜନା।  ଆଉ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନିର୍ବାଚନୀ ବୈତରଣୀ ପାର ହେବାକୁ ଅମୋଘ ମାଟିର ପୁଅ ନାରାକୁ ଅସ୍ତ୍ର କରିଛନ୍ତି ।

ତେବେ ନେତା-ଅଭିନେତା ନା ଆଇନଜୀବୀ ? କିଏ ଜିତିବ ଉପକୂଳ ଓଡ଼ିଶାର ଅଣ କଂଗ୍ରେସ ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଭୋଟରଙ୍କ ମନ ? ଏଥର ଆଞ୍ଚଳିକ ନା କୌଣସି ଜାତୀୟ ଦଳକୁ ଭରସା କରିବେ ଏଠିକାର ଭୋଟର ? ତାକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା ।

ସେପଟେ ହାଇଭୋଲଟେଜ୍‌ ଲଢ଼େଇ ଭିତରେ କେନ୍ଦ୍ରାପଡ଼ା ବାହାରେ ଏପରିକି ସୁଦୂର ଜାପାନ ଓ ଅନ୍ୟ ଦେଶ ଥିବା ଭୋଟର ବି ସୋଶାଲ ମିଡିଆରେ ଏଠାର ନିର୍ବାନକୁ ନେଇ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।



from Odisha Reporter http://bit.ly/2ZA9iH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages