
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଅସଦାଚରଣ ମାମଲାର ତଦନ୍ତ ପାଇଁ ନୂଆ କମିଟି ଗଠନ ହୋଇଛି । ଜଷ୍ଟିସ୍ ଏନ୍.ଭି ରମନ୍ନା ଓହରିବା ପରେ ତାଙ୍କ ସ୍ଥାନରେ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନିଯୁକ୍ତି ମିଳିଛି।
ଉଲ୍ଲେଖଯୋଗ୍ୟ, ଅସଦାଚରଣ ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ଜଣଙ୍କ ତଦନ୍ତ କମିଟିରେ ଜଷ୍ଟିସ୍ ଏନ୍.ଭି ରମନ୍ନାଙ୍କୁ ନେଇ ଆପତ୍ତି ଉଠାଇଥିଲେ। ସେ କହିଥିଲେ ଜଷ୍ଟିସ ଗୋଗୋଇଙ୍କ ସହିତ ଏନ୍.ଭି ରମନ୍ନାଙ୍କର ବନ୍ଧୁତ୍ୱ ରହିଛି। ପାରିବାରିକ ସମ୍ପର୍କ ରହିଥିବାରୁ ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ଅଭିଯୋଗକାରିଣୀ। ଏମିତିକି ତଦନ୍ତ କମିଟିରେ ମହିଳା ବିଚାରପତିଙ୍କୁ ରଖିବା ପାଇଁ ନିବେଦନ କରିଥିଲେ। ଏହାପରେ ଜଷ୍ଟିସ୍ ଏନ୍.ଭି ରମନ୍ନା ତଦନ୍ତ କମିଟିରୁ ଓହରିଥିଲେ।
ଏବେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅସଦାଚରଣ ମାମଲାରେ ଜଷ୍ଟିସ ଏସ୍ଏ ବବ୍ଡେ, ଦୁଇ ମହିଳା ସଦସ୍ୟ ଜଷ୍ଟିସ୍ ଇନ୍ଦିରା ବାନାର୍ଜି ଓ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ସାମିଲ ହୋଇଛନ୍ତି।
from Odisha Reporter http://bit.ly/2UFAe4o
No comments:
Post a Comment