ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଫେରିଗଲେ ରାହୁଲ: ବିଳମ୍ବିତ ହୋଇପାରେ ଓଡ଼ିଶା ଗସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଫେରିଗଲେ ରାହୁଲ: ବିଳମ୍ବିତ ହୋଇପାରେ ଓଡ଼ିଶା ଗସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି। ଦିଲ୍ଲୀ ଫେରିଗଲେ ରାହୁଲ ଗାନ୍ଧି। ବିଳମ୍ବିତ ହୋଇପାରେ ଓଡ଼ିଶା ଗସ୍ତ। ଏନେଇ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଜି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ ଆଜି ସକାଳେ ପାଟନାରେ ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।

ତେଣୁ ବାଧ୍ୟ ହୋଇ ପୁଣି ଦିଲ୍ଲୀ ଫେରିଯାଉଛୁ ବୋଲି ରାହୁଲ କହିଛନ୍ତି। ସେଥିପାଇଁ ଆଜିର ମିଟିଂ ବିଳମ୍ବିତ ହେବ ଓ କ୍ଷମା ଚାହୁଁଛି ବୋଲି ରାହୁଲ ଗାନ୍ଧି ଟ୍ୱିଟ୍‌ କରି ଜଣାଇଛନ୍ତି। ଆଜି ବିହାରର ସମସ୍ତିପୁର ଏବଂ ଓଡ଼ିଶାର ବାଲେଶ୍ୱରରେ ମିଟିଂ ଥିଲା। ପରେ ବାଲେଶ୍ୱରରୁ ମହାରାଷ୍ଟ୍ର ସଙ୍ଗମନେର ଯାଇଥାନ୍ତେ ରାହୁଲ।



from Odisha Reporter http://bit.ly/2ZBRyeo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages