ଶ୍ରୀଲଙ୍କା ନରସଂହାରର ତଦନ୍ତ ପାଇଁ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଶ୍ରୀଲଙ୍କା ନରସଂହାରର ତଦନ୍ତ ପାଇଁ କମିଟି

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ସଂଘଟିତ ଭୟଙ୍କର ଆତଙ୍କବାଦୀ ହମ୍‌ଲାର ତଦନ୍ତ ପାଇଁ ଆଜି ରାଷ୍ଟ୍ରପତି ମୈତ୍ରିପାଲ ସିରସେନା ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ସର୍ବୋଚ୍ଚ ଅଦାଲତର ବିଚାରପତି ନେବେ। ତଦନ୍ତକାରୀ କମିଟି ପୂରା ଘଟଣାର ଛାନଭିନ୍‌ କରି ଆସନ୍ତା ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବିଜିତ ମାଲାଗୋଡ଼ା, ପୂର୍ବତନ ଆଇଜିପି ଏନ୍‌କେ ଲାଙ୍ଗାକୋନ୍‌ ଓ ଆଇନ୍‌ ଓ ଶୃଙ୍ଖଳା ମନ୍ତ୍ରଣାଳୟର ପୂର୍ବତନ ସଚିବ ପଦ୍ମଶ୍ରୀ ଜୟମାନେ ଏହି କମିଟିରେ ରହିଛନ୍ତି।

ଏମାନେ ରାଷ୍ଟ୍ରପତି ସିରସେନାଙ୍କୁ ସିଧାସଳଖ ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଗତକାଲି ସିରସେନା ଭାରତ ଓ ସିଙ୍ଗାପୁର ଗସ୍ତରେ ରହିଥିଲେ। ତେବେ ଆଜି ସେ ଶ୍ରୀଲଙ୍କାରେ ପହଞ୍ଚି ଜରୁରୀ ବୈଠକ କରିଛନ୍ତି। ଏହାପରେ ତଦନ୍ତ ପାଇଁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2XyFR6d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages