ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୪୬ତମ ମ୍ୟାଚ୍ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସଙ୍କ ସ୍ଥାନରେ ନେପାଳର ଯୁବ ସ୍ପିନର ସନ୍ଦୀପ ଲାମିଛାନେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ଆରସିବି ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି।

ମୋଇନ୍ ଅଲୀ, ଅକ୍ଷଦୀପ ନାଥ ଓ ଟିମ୍ ସାଉଦି ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ହେନରିଚ୍ କ୍ଲାସେନ୍, ଶିବମ ଦୁବେ ଓ ଗୁରକୀରତ ସିଂହ ସାମିଲ୍ ହୋଇଛନ୍ତି। ଫଳରେ ଏହି ମ୍ୟାଚରେ ଆରସିବି ଦଳରେ ତିନିଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ପୃଥ୍ୱୀ ଶ’, ଶିଖର ଧୱନ୍, ଶ୍ରେୟସ ଆୟର୍ (ଅଧିନାୟକ), ଋଷଭ ପନ୍ତ, ଶେରଫାନେ ରଦରଫର୍ଡ, କଲିନ୍ ଇନଗ୍ରାମ୍, ଅକ୍ଷର ପଟେଲ, କାଗିସୋ ରବାଡା, ସନ୍ଦୀପ ଲାମିଛାନେ, ଅମିତ୍ ମିଶ୍ର, ଈଶାନ୍ତ ଶର୍ମା।

ଆରସିବି ଏକାଦଶ: ପାର୍ଥିବ ପଟେଲ, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ମାର୍କସ୍ ଷ୍ଟୋଇନିସ୍, ହେନରିଚ୍ କ୍ଲାସେନ୍, ଶିବମ ଦୁବେ, ଗୁରକୀରତ ସିଂହ ମାନ୍, ୱାଶିଂଟନ୍ ସୁନ୍ଦର, ନବଦୀପ ସାଇନି, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ।



from Odisha Reporter http://bit.ly/2GLc8jI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages