
ଦୁବାଇ: ଶ୍ରୀଲଙ୍କାର କଲମ୍ବୋଠାରେ ଥିବା ସିନେମୋନ ଗ୍ରାଣ୍ଡ ହୋଟେଲ୍ରେ ଘଟିଥିବା ଆତଙ୍କୀ ବିସ୍ଫୋରଣରେ ଅଳ୍ପକେ ବର୍ତ୍ତି ଯାଇଥିବା ଭାରତୀୟ ଦମ୍ପତି ସେମାନଙ୍କ କାହାଣୀ ଏବେ କହିଛନ୍ତି। ଏହି ହୋଟେଲ୍ରେ ଆତଙ୍କବାଦୀମାନେ ଗତ ରବିବାର ବିସ୍ଫୋରଣ କରିଥିଲେ। ଏହି ସମୟରେ ଅଭିନବ ଚାରି ଏବଂ ତାଙ୍କ ପତ୍ନୀ ନଭରୂପ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏମାନେ ବ୍ୟବସାୟୀଙ୍କ କାମରେ ଶ୍ରୀଲଙ୍କା ଗସ୍ତ କରିବା ସହ ବିସ୍ଫୋରଣ ଦିନ ସିନେମୋନ ଗ୍ରାଣ୍ଡ ହୋଟେଲ୍ରେ ରହୁଥିଲେ।
ଏହି ଘଟଣା ପରେ ଗଲଫ୍ ନ୍ୟୁଜକୁ ସାକ୍ଷାତକାର ଦେଇ ପୂରା ଘଟଣା କହିଛନ୍ତି। ଏଥିସହ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ମଧ୍ୟ ଅଭିନବ ଏଠାରେ ଥିଲେ ବୋଲି କହିଛନ୍ତି।
ସେ କହିଛନ୍ତି, “ଆମେ ଯେଉଁଆଡ଼େ ଯାଉଛୁ, ସର୍ବଦା ସେଠାରେ ଆତଙ୍କୀ ହମ୍ଲା ଘଟୁଛି। ପ୍ରଥମଥର ୨୦୦୮ ମସିହା ମୁମ୍ବାଇରେ ଥିବା ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ସମୟରେ ମୁଁ ମୁମ୍ବାଇରେ ମେଡିସିନ୍ ପାଠ୍ୟକ୍ରମ ପଢ଼ୁଥିଲି। ଆକ୍ରମଣ ସମୟରେ ୫ରୁ ୬ ଦିନ କାଳ ସମଗ୍ର ମୁମ୍ବାଇରେ ଭୟର ବାତାବରଣ ରହିଥିଲା। ଏବେ ଆମେ ଶ୍ରୀଲଙ୍କାରେ ମଧ୍ୟ ସମାନ ସ୍ଥିତିର ସାମ୍ନା କରିଛୁ।
ଆମେ ଇଷ୍ଟର ରବିବାର ଚର୍ଚ୍ଚ ଯିବାକୁ ବାହାରି ଥିଲୁ। ହେଲେ ଆମେ ସେଠାରେ ପହଞ୍ଚିଲା ବେଳକୁ ଚର୍ଚ୍ଚର ଫାଦର ସମସ୍ତ ଲୋକଙ୍କୁ ବାହାରକୁ ଚାଲିଯିବାକୁ କହୁଥିବା ଶୁଣିବାକୁ ପାଇଲୁ। ଆମେ ଏହାପରେ ଏକ ଟ୍ୟାକ୍ସିରେ ଯାଇ ବ୍ରେକଫାଷ୍ଟ କରିଥିଲୁ। କିନ୍ତୁ ଏହାପରେ ସମଗ୍ର ସହରରେ କର୍ଫ୍ୟୁର ମାହୋଲ ଭଳି ଅନୁଭୂତ ହୋଇଥିଲା। ତେଣୁ ଆମେ ହୋଟେଲ ଫେରଯିବାକୁ ନିଷ୍ପତ୍ତି ନେଇଥିଲୁ।
ଆମେ ହୋଟେଲ୍ରେ ପହଞ୍ଚିଲା ବେଳକୁ ସମସ୍ତେ ବଗିଚାରେ ରହିଛନ୍ତି। ଆମେ ଭାବିଲୁ କିଛି ସୁରକ୍ଷା ଦୃଷ୍ଟି କୋଣରୁ ଚେକିଂ ହେଉଥିବ। କିନ୍ତୁ ଆତଙ୍କବାଦୀମାନେ ସେଠାରେ ମଧ୍ୟ ବିସ୍ଫୋରଣ କରିଥିଲେ। ଆମ ଆଖି ସାମ୍ନାରେ ଯାହା ବି ଘଟିଲା, ତାହା କୌଣସି ଫିଲ୍ମ ଠାରୁ କମ ନଥିଲା। ଏଯାଏ ଆମେ ନିଜକୁ ମଧ୍ୟ ବିଶ୍ୱାସ କରିପାରୁ ନାହୁଁ।”
ଶ୍ରୀଲଙ୍କାରେ ଘଟିଥିବା ସିରିଜ୍ ବିସ୍ଫୋରଣରେ ୨୫୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2V1rSJj
No comments:
Post a Comment