ବିଜେପି ଓ ବୈଜୟନ୍ତଙ୍କୁ ବଦନାମ କରିବାକୁ ହୀନ ପ୍ରୟାସ, ଫେରାଦ ହେଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ବିଜେପି ଓ ବୈଜୟନ୍ତଙ୍କୁ ବଦନାମ କରିବାକୁ ହୀନ ପ୍ରୟାସ, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିର୍ବାଚନୀ ଉଷ୍ମତା ଲାଗି ରହିଥିବାବେଳେ ବିଜେପି ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଦନାମ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ହୀନ ଉଦ୍ୟମ କରାଯାଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

ବିଜେପିର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କୁ ଭେଟିବା ସହ ଦଳୀୟ ପୋଷ୍ଟରକୁ ବିକୃତ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ବିଜେପି ଭୁବନେଶ୍ୱର ଶାଖା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଜୟଦେବ ବିହାର ଛକଠୁ ନନ୍ଦନକାନନ ପର୍ଯ୍ୟନ୍ତ ଲାଗିଥିବା ବିଜେପିର ହୋର୍ଡିଂ ଓ ପୋଷ୍ଟରଗୁଡ଼ିକୁ ବିକୃତ କରାଯାଇ ସେଥିରେ କିଛି ପଳାତକଙ୍କ ଫଟୋ ଲଗାଇ ଦିଆଯାଇଛି। କିଛି ହୋର୍ଡିଂରେ ଦଳର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଫଟୋ ଲଗାଯାଇ ଆପତ୍ତିଜନକ ମନ୍ତବ୍ୟ ଲେଖାଯାଇଛି।

“ବିଜେଡିର କର୍ମୀମାନେ ଏଭଳି ହୀନ କାର୍ଯ୍ୟ କରିଛନ୍ତି। ଦଳର ଚିହ୍ନ ଓ ବୈଜୟନ୍ତଙ୍କ ଚରିତ୍ର ସଂହାର କରିବା ଭଳି ହୋଇଥିବା ହୀନ ଉଦ୍ୟମକୁ ବିଜେପି କଦାପି ବରଦାସ୍ତ କରିବ ନାହିଁ। ଏଭଳି ନିମ୍ନସ୍ତରର କାର୍ଯ୍ୟରେ ସମ୍ପୃକ୍ତ ଥିବା ବିଜେଡି କର୍ମୀ ଅବା ଦୁବୃର୍ତ୍ତମାନଙ୍କ ବିରୁଦ୍ଧରେ ତୁରନ୍ତ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରୁଛି।” ନଚେତ୍ ବିଜେପି ଭୁବନେଶ୍ୱର ଶାଖା ଆଗାମୀ ଦିନରେ ଏହାର କଡ଼ା ଜବାବ ଦେବା ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଉଲ୍ଲେଖଯୋଗ୍ୟ, ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବାପରଠୁ ତାଙ୍କ ବିରୋଧରେ ବିଜେଡି ପକ୍ଷରୁ ନିୟମିତ ଷଡ଼ଯନ୍ତ୍ର ଲାଗି ରହିଛି। ଏପରିକି କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ପରୋକ୍ଷରେ ବୈଜୟନ୍ତଙ୍କୁ କଟାକ୍ଷ କରିବାକୁ ପଛାଇ ନଥିଲେ। ଗତ ୪ଦିନ ତଳେ ବିଜେଡି ପକ୍ଷରୁ ମଧ୍ୟ ହେଲିକପ୍ଟରରେ ବୈଜୟନ୍ତଙ୍କ ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ଉଠାଯାଇଥିଲା।

ଏବେ ବିଜେପି ହୋର୍ଡିଂ ଓ ପୋଷ୍ଟରକୁ ବିକୃତ କରିବାକୁ ହୋଇଥିବା ହୀନ ଉଦ୍ୟମକୁ ସାଧାରଣରେ ନିନ୍ଦା କରାଯାଉଛି।



from Odisha Reporter http://bit.ly/2VqyiOi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages