
କଟକ(ଦେବାଶିଷ ମହାନ୍ତି):ଲକ୍ଷାଧିକ ଟଙ୍କ। ଠକେଇ ଅଭିଯୋଗରେ ପତି,ପତ୍ନୀ ଗିରଫ। ଫେସବୁକରେ ଫେକ ଆଇଡି କରି ଲୋକଙ୍କ ଠାରୁ ଟଙ୍କ। ଠକେଇ କରିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଉଭୟ ସ୍ୱାମୀ ,ସ୍ତ୍ରୀ ଫେସବୁକରେ ଫେକ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରନ୍ତି।
ଆଉ ଏହାପରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଟଙ୍କ। ମାଗି ଠକିଥାନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଫେସବୁକରେ ବନ୍ଧୁ କରିବା ସହ ୬୫ ହଜାର ଟଙ୍କ। ଠକିଥିଲେ। ଟଙ୍କ। ନେବା ପରେ ସେ ଫେସବୁକ ଆଇଡି ଆଉ ଚଲାଇନଥିଲେ।
ସଂପୃକ୍ତ ପୁଲିସ ବାବୁ ଜଣଙ୍କ ଚାଉଳିଆଗଞ୍ଜ ଥାନାରେ ଏତଲା ଦେବାପରେ ପୁଲିସ ଘଟଣାର ତଦନ୍ତ କରି ଦମ୍ପତ୍ତିଙ୍କୁ ଗିରଫ କରିଛି। ତେବେ ସେ ଆଉ କିଛି ବ୍ୟକ୍ତିଙ୍କୁ ମଧ୍ୟ ବିଭିନ୍ନ ଆଳ ଦେଖାଇ ଟଙ୍କ। ଠକିଥିବା ପୁଲିସ ଜାଣିବାକୁ ପାଇଛି।।
from Odisha Reporter http://bit.ly/2K7CiC9
No comments:
Post a Comment