
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଜେଏମଏମ୍ ନିଜର ୨ଟି ଆସନରେ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କରିଛି। ବାଙ୍ଗିରିପୋଷିରେ ସୁନ୍ଦରମୋହନ ସିଂଙ୍କ ପରିବର୍ତ୍ତେ ଫଗୁ ହାଁସଦା ଓ ରାଇରଙ୍ଗପରୁରରେ ସୁନାରାମ ଟୁଡ଼ୁଙ୍କ ପରିବର୍ତ୍ତେ ରାମଚନ୍ଦ୍ର ମୁର୍ମୁଙ୍କୁ ଦଳ ପ୍ରାର୍ଥୀ କରିଛି।
ଅନ୍ୟପକ୍ଷରେ ବିଜେଡି ଏବେ କାକଟପୁରରେ ଦଳୀୟ ପ୍ରାର୍ଥୀ ତଥା ବିଧାୟକ ସୁରେନ୍ଦ୍ର ସେଠୀଙ୍କ ପରିବର୍ତ୍ତେ ତୁଷାରକାନ୍ତ ବେହେରାଙ୍କୁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଯଦିଓ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ, ତଥାପି ଶ୍ରୀ ସେଠୀଙ୍କୁ ନାମାଙ୍କନ ପତ୍ର ଦାଖଲ ନକରିବାକୁ କୁହାଯାଇଥିବା ସୂଚନା ମିଳିଛି। ରାଜନଗର, ପାଟକୁରା, ଜଗତସିଂହପୁର, ବାଲିକୁଦା, ପାରାଦୀପ ଆଦି ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଚାପ ବୃଦ୍ଧି ପାଉଥିବାବେଳେ କେନ୍ଦ୍ରାପଡ଼ା ଓ ବାରିପଦା ବିଧାନସଭା ଆସନ ନିମନ୍ତେ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିପାରିନି।
ସୂଚନାଯୋଗ୍ୟ, କଂଗ୍ରେସ ମଧ୍ୟ ୩ଟି ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି।
from Odisha Reporter http://bit.ly/2G0Tx40
No comments:
Post a Comment