ରାଫେଲ ଜେଟ୍‌: ଧରାପଡ଼ିଲା ପାକିସ୍ତାନର ଆଉ ଏକ ମିଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ରାଫେଲ ଜେଟ୍‌: ଧରାପଡ଼ିଲା ପାକିସ୍ତାନର ଆଉ ଏକ ମିଛ

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱଦରବାରରେ ହୀନସ୍ତା ହୋଇଛି ପାକିସ୍ତାନ। କତାରଠାରେ ପାକିସ୍ତାନୀ ପାଇଲଟ୍‌ମାନେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇବାର ତାଲିମ୍‌ ନେଇଥିବା ଖବରକୁ ଆଜି ଫ୍ରାନ୍ସ ଫେକ୍‌ ବୋଲି କହିଛି।

ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗଲର କହିଛନ୍ତି, “କତାରରେ ଥିବା ରାଫେଲ ଯୁଦ୍ଧ ବିମାନରେ ପାକିସ୍ତାନ ପାଇଲଟମାନଙ୍କୁ କୌଣସି ପ୍ରକାରର ତାଲିମ ଦିଆଯାଇ ନାହିଁ। ରାଫେଲ ଜେଟ୍‌ରେ ପାକିସ୍ତାନ ବାୟୁସେନାର କୌଣସି ପାଇଲଟ୍‌ ଟ୍ରେନିଂ ନେଇନାହାନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ମିଛ ଖବର।”

ପୂର୍ବରୁ ଏକ ଖବର ପ୍ରକାଶ ପାଇଥିଲା ଯେ ଫ୍ରାନ୍ସ କତାରକୁ ଦେଇଥିବା ପ୍ରଥମ ବ୍ୟାଚ୍‌ ରାଫେଲ ଜେଟ୍‌ରେ ପାକିସ୍ତାନୀ ପାଇଲଟ୍‌ମାନେ ଉଡ଼ାଣର ତାଲିମ ନେଇଛନ୍ତି। ଏହାକୁ କତାର ପାଇଲଟ୍‌ଙ୍କ ଟ୍ରେନିଂ ପାଇଁ ଫ୍ରାନ୍ସ ପକ୍ଷରୁ ୨୦୧୭ ନଭେମ୍ବର ମାସରେ ଦିଆଯାଇଥିଲା। ୨୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ କତାର ଫ୍ରାନ୍ସ ସରକାରଙ୍କ ୬.୩ ବିଲିୟନ୍‌ର ଏକ ଚୁକ୍ତି କରିଥିଲା। ଏହି ଚୁକ୍ତି ୨୦୧୫ ମେ’ ମାସରେ ସ୍ଵାକ୍ଷରିତ ହୋଇଥିଲା।

ଏଭଳି ଖବର ପ୍ରକାଶ ପାଇବା ପରେ କଂଗ୍ରେସର ଜାତୀୟ ମିଡିଆ ସଂଯୋଜକ ରଚିତା ସେଠ କହିଥିଲେ, “ରାଫେଲ ଜେଟ୍‌ରେ ପାକିସ୍ତାନ ପାଇଲଟ୍‌ଙ୍କ ଟ୍ରେନିଂ ଭାରତ ପାଇଁ ନିଶ୍ଚିତ ଚିନ୍ତାର ବିଷୟ। ଭାରତ ସରକାର ଏଥିପ୍ରତି ସତର୍କ ରହିବା ଦରକାର।” ପାକିସ୍ତାନ ପାଇଲଟ୍‌ମାନେ ରାଫେଲ ଦ୍ୱାରା ଉଡ଼ାଣ ଟ୍ରେନିଂ ନେଇଥିବା ଖବର ପ୍ରଥମେ ଆମେରିକାର ଏକ ୱେବସାଇଟ୍‌ରେ ପ୍ରକାଶ ପାଇଥିଲା। ଏଥିସହ ଭାରତର ସାମରିକ ବ୍ୟବସ୍ଥା ପାଇଁ ଏହା ଚିନ୍ତାର ବିଷୟ ବୋଲି ଏଥିରେ କୁହାଯାଇଥିଲା।

ଭାରତ ସରକାର ଫ୍ରାନ୍ସ ଠାରୁ ୩୬ଟି ଯୁଦ୍ଧ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି। ଏଭଳି ସ୍ଥିତିରେ ପାକିସ୍ତାନର ରାଫେଲ୍‌ ଟ୍ରେନିଂ ଖବର ସାମ୍ନାକୁ ଆସିଛି।



from Odisha Reporter http://bit.ly/2UPspNI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages