
ଅମୃତସର: ୧୯୧୯ ମସିହାରେ ପଞ୍ଜାବର ଜାଲିଆନାୱାଲାବାଗ୍ ନରସଂହାରରେ ସହିଦ ହୋଇଥିବା ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ। ସେ ଏହି ଅବସରରେ କହିଛନ୍ତି, ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରି ବଳିଦାନ ଦେଇଥିବା ସହିଦ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ସେ ଆହୁରି ମଧ୍ୟ କହିଥିଲେ, ୧୦୦ ବର୍ଷ ପୂର୍ବେ ଏହି ସ୍ଥାନରେ ଦେଶପାଇଁ ବଳିଦାନ ଦେଇଥିବା ସହିଦମାନଙ୍କୁ ସଲାମ୍ ଜଣାଉଛି।
ଏହି ନରସଂହାର ଘଟଣାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଶନିବାର ଜାଲିଆନାୱାଲାବାଗ୍ ସ୍ମୃତିସ୍ଥଳ ଗସ୍ତ କରିଥିଲେ। ଏହି ଅବସରକୁ ମନେ ରଖିବା ପାଇଁ ସେ ଶହେ ଟଙ୍କିଆ ସ୍ମାରକୀ ମୁଦ୍ରା ଏବଂ ପୋଷ୍ଟେଜ୍ ଷ୍ଟାମ୍ପ ମଧ୍ୟ ଲୋକାର୍ପଣ କରିଥିଲେ।
ସେ ଏହି ଅବସରରେ ଆହୁରି ମଧ୍ୟ କହିଥିଲେ, ଏହି ସ୍ଥାନ ଏବଂ ନରସଂହାର ଘଟଣାର ଶତବାର୍ଷିକୀ ଅବସରରେ ମୁଁ ଗଭୀର ଶୋକପ୍ରକାଶ କରୁଛି। ୧୯୧୯ ମସିହାରେ ବ୍ରିଟିଶ୍ ସେନା ଜେନେରାଲ ଡାୟରଙ୍କ ନିର୍ଦ୍ଦେଶକ୍ରମେ ବୈଶାଖୀ ଅବସରରେ ଏକତ୍ରିତ ଲୋକଙ୍କୁ ଗଣହତ୍ୟା କରିଥିଲା।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଅବସରରେ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
from Odisha Reporter http://bit.ly/2Gkv8H5
No comments:
Post a Comment